Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଗୁଇନ୍ଦା ବିଭାଗ ପକ୍ଷରୁ 108 ଗୋଟି ଗଞ୍ଜେଇ ପ୍ୟାକେଟ ଜବତ

Odisha

ଗୁଇନ୍ଦା ବିଭାଗ ପକ୍ଷରୁ 108 ଗୋଟି ଗଞ୍ଜେଇ ପ୍ୟାକେଟ ଜବତ

Manini Pattanayak
Browse all articles by Manini Pattanayak
·1 year ago·1 min read
ଗୁଇନ୍ଦା ବିଭାଗ ପକ୍ଷରୁ 108 ଗୋଟି ଗଞ୍ଜେଇ ପ୍ୟାକେଟ ଜବତ

ଭଦ୍ରକ: ଗୁଇନ୍ଦା ବିଭାଗ ପକ୍ଷରୁ 108 ଗୋଟି ଗଞ୍ଜେଇ ପ୍ୟାକେଟ ଜବତ।  ଏଥିରେ ସମ୍ପୃକ୍ତ ଥିବା 2 ଜଣ ଙ୍କୁ ଅଟକ ରଖିଛି ଅବକାରୀ ପୋଲିସ। ସୂଚନାଅନୁଯାୟୀ ଭଦ୍ରକ ଜିଲ୍ଲାର ଭଣ୍ଡାରି ପୋଖରୀ ଅଞ୍ଚଳରେ ବେଆଇନ ଭାବେ ଗୋଟିଏ ପିକଅପ ଭ୍ୟାନରେ 108 ଗୋଟି ପ୍ୟାକେଟରେ ଗଞ୍ଜେଇ ଚାଲାଣ କରାଯାଉଥିଲା। ଏହି ଖବର କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ ପାଇଲା ପରେ ସେହି ପିକଅପ ଭ୍ୟାନ କୁ ପିଛା କରି ଜାତୀୟ ରାଜପଥରେ ଅଟକାଇଥିଲା।

ପରେ ଭ୍ୟାନ ଭିତରେ ବେଆଇନ ଗଞ୍ଜେଇ ଥିବା ଦେଖି ଗାଡି ଟିକୁ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ 2 ଜଣ ଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି କେନ୍ଦ୍ରୀୟ ଅବକାରୀ ଗୁଇନ୍ଦା ବିଭାଗ।  ତେବେ ଏହି ବେଆଇନ ଗଞ୍ଜେଇ କେଉଁଠାରୁ କେଉଁଠି କୁ ଯାଉଥିଲା ତାର ସୂଚନା ମିଳିପାରିନାହିଁୟ। ତେବେ କେନ୍ଦ୍ରୀୟ ଆବକାରୀ ଗୁଇନ୍ଦା ଏହି 2 ଜଣ ଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।
ଅଧିକ ପଢନ୍ତୁ ଓଡିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Education Next Season 5
Sponsored
108 packets of cannabis were seized by the police department | Argus News