Videos
|
Odisha

ମାଓବାଦୀଙ୍କ ବର୍ବର କାଣ୍ଡ, ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ମାଓବାଦୀଙ୍କ ବର୍ବର କାଣ୍ଡ, ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ

ଅର୍ଗସ ବ୍ୟୁରୋ:  ସୀମାରେ ରକ୍ତମୁଖା ଲାଲବାହିନୀ । ମାଲକାନଗିରି ଛତିଶଗଡ଼ ସୀମାରେ ମାଓବାଦୀଙ୍କ ବର୍ବର କାଣ୍ଡ । ଦଶମ ଶ୍ରେଣୀ ଛାତ୍ରଙ୍କୁ ପିଟି ପିଟି ହତ୍ୟା ଅଭିଯୋଗ । ପୋଲିସ ଇନଫର୍ମର ସନ୍ଦେହରେ ସୁକୁମା ଜିଲ୍ଲା ଜାଗରକୋଣ୍ଡା ଥାନା ପୁବର୍ତ୍ତୀ ଗାଁରେ ଏଭଳି ଜଘନ୍ୟ କାଣ୍ଡ ଘଟାଇଛନ୍ତି ମାଓବାଦୀ । ନକ୍ସଲ ମାନେ ଅତି ନିର୍ମମ ଭାବେ ପିଟିପିଟି ତାଙ୍କୁ ହତ୍ୟା କରିଛନ୍ତି ।

ମୃତକ ଛାତ୍ର ସୋୟାମ ଶଙ୍କର । ଗତ 10 ଦିନ ତଳେ ମୃତ ଛାତ୍ରଙ୍କ ବଡ଼ଭାଇ ସୋୟାମ ଦୁର୍ଭାଙ୍କୁ ମଧ୍ୟ ଅତି ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ । ସୁକୁମା ଏସପି କିରଣ ଚୌହାନ କହିଛନ୍ତି, ମାଓବାଦୀ ମାନେ ପୋଲିସ ଇନଫର୍ମର ସନ୍ଦେହରେ ସେମାନଙ୍କୁ ହତ୍ୟା କରିଛନ୍ତି । ହେଲେ ସେମାନେ ବାସ୍ତବରେ ପୋଲିସ ଇନଫର୍ମର ନଥିଲେ ବରଂ ଗାଁର ସାଧାରଣ ଆଦିବାସୀ ରହିଥିଲେ । ଘଟଣା ପରେ ସଂପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନ ଜୋରଦାର କରାଯାଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
10th class student beaten to death | Argus News