୧୨୨ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨୦ କି.ମି ଦୂରତାରେ ଦଶମ ପରୀକ୍ଷା କେନ୍ଦ୍ର

ଅର୍ଗସ ବ୍ୟୁରୋ: ପରୀକ୍ଷା ଦେବାକୁ ଯିବାକୁ ପଡ଼ିବ ୨୦ କିଲେମିଟର । 122 ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୨୦ କିଲେମିଟର ଦୂରତାରେ ଦଶମ ପରୀକ୍ଷା କେନ୍ଦ୍ର । ଏହି ସମସ୍ୟା ଦେଖିବାକୁ ମିଳିଛି କୁନ୍ଦ୍ରା ବ୍ଲକ ବାଣୁଆ ପଞ୍ଚାୟତର ଲାଛନାଗୁଡା ଉଚ୍ଚ ବିଦ୍ୟାଳୟରେ, ପିଲାଙ୍କ ପାଇଁ ପରୀକ୍ଷା କେନ୍ଦ୍ର ରହିଛି 20 କିଲୋମିଟର ଦୂରରେ । କିନ୍ତୁ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ନିୟମ ଅନୁଯାଇ ପରିକ୍ଷା କେନ୍ଦ୍ର 10 କିଲୋମିଟର ଦୁରତା ମଧ୍ୟରେ ରହିବା କଥା , କିନ୍ତୁ ବିଦ୍ୟାଳୟର ଏହି ଅବ୍ୟବସ୍ଥା ଆଜି କି କାଲି ନୁହଁ ଦୀର୍ଘ ୪ ବର୍ଷର ।
କିନ୍ତୁ ସମସ୍ୟାର ସମାଧାନ କରିବାରେ ଫେଲ ଶିକ୍ଷା ବିଭାଗ, ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ମାନେ କୋଟପାଡ଼ରେ ଜିଲ୍ଲାପାଳଙ୍କ ମିଳିତ ଜନ ଶୁଣାଣିରେ ଅଭିବାବକ ମାନେ ଅଭିଯୋଗ କରିଥିଲେ । ତେବେ ଜିଲ୍ଲାପାଳ ସେମାନଙ୍କୁ ଲକ୍ଷ୍ମୀ ବସର ସୁବିଧା ଯୋଗାଇ ଦେବା ପାଇଁ ଆଶ୍ୱାସନା ଦେଇଛନ୍ତି, କିନ୍ତୁ ଅଭିବାବକ ମାନଙ୍କ ମଧ୍ୟରେ ଦେଖାଦେଇଛି ଘୋର ଅସନ୍ତୋଷ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
