Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 11 ପୋଲିସ ଅଟକ

Smruti Parija
Browse all articles by Smruti Parija
·1 year ago·1 min read
ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ 11 ପୋଲିସ ଅଟକ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ନାୟକ ଥିଲେ ଖଳନାୟକ । କୋରାପୁଟରୁ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ମାଛକୁଣ୍ଡ ଗଞ୍ଜେଇ ଚୋରା ଚାଲାଣରେ ସାମିଲ୍ ଅଭିଯୋଗରେ 11 ପୋଲିସ୍ ଅଟକ ଅଛନ୍ତି । ସେମାନଙ୍କ ମଧ୍ୟରୁ 7 ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି । ୩ ଜଣ ଏସଆଇ, ୨ ଜଣ ଏପିଏଫ୍, ୨ ଜଣ କନଷ୍ଟେବଳଙ୍କ ସହ ୨ ଜଣ ହୋମଗାର୍ଡ ଅଟକ ଅଛନ୍ତି ।

୩ ଜଣ ଏସ୍.ଆଇଙ୍କ ମଧ୍ୟରୁ ଜଣେ ହେଲେ ସୁରେନ୍ଦ୍ର କୁମାର । ଅନ୍ୟ ପୋଲିସ୍ କର୍ମଚାରୀ ହେଲେ କରୁଣା କର ଶବର, ଗୌରୀ ଚନ୍ଦ୍ର ହାସଦା, ଦୂର୍ଯ୍ୟୋଧନ ଧାଡିଆ, ଏସଏଆଇ ସୁରେନ୍ଦ୍ର କୁମାର ସେଠୀ । ଗଞ୍ଜେଇ ଚାଲାଣରେ ବ୍ୟବହୃତ ଗାଡିର ପ୍ରକୃତ ମାଲିକଙ୍କୁ ଚିହ୍ନଟ କରିବା ପରେ ଫେରାର ଗଂଜେଇ ମାଫିଆମାନଙ୍କୁ ଗିରଫ କରାଯିବ । ତଦନ୍ତ ପରେ ପୋଲିସ୍ କର୍ମାଚୀରଙ୍କ ସମ୍ପୃକ୍ତିର  ପ୍ରମାଣ ମିଳିଲେ ଗିରଫ କରାଯିବ ବୋଲି ଏସପି ସୂଚନା ଦେଇଛନ୍ତି କୋରାପୁଟ ଏସପି ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11 police detained on charges of smuggling ganja | Argus News