Videos
|
Odisha

ଡ୍ରେନରେ ଭାସିଗଲା 11ବର୍ଷର ଛାତ୍ର

Manini Pattanayak
Browse all articles by Manini Pattanayak
·1 year ago
ଡ୍ରେନରେ ଭାସିଗଲା 11ବର୍ଷର ଛାତ୍ର

ବ୍ରହ୍ମପୁର: ଡ୍ରେନରେ ଭାସିଗଲା 11ବର୍ଷର ଛାତ୍ର। ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ଲକ୍ଷ୍ମୀନୃସିଂହ ସାହି ୧୪ ନମ୍ବର ଗଳିରେ 11ବର୍ଷର ଛାତ୍ର ସାଇରମ ପାତ୍ର ନାଳରେ ଭାସି ଯାଇଛି। ଟିଉସନ ସାରି ଘରକୁ ଆସିବା ପରେ ସାଇକେଲ ଧରି ଘରୁ ବାହାରକୁ ଯିବା ବେଳେ ନାଳରେ ଖସିପଡ଼ି ଭାସିଯାଇଛି। ପ୍ରଥମେ ସେ ଚଲାଉଥିବା ସାଇକେଲଟିକୁ ଉଦ୍ଧାର କରାଯାଇଥିବା ବେଳେ ଛାତ୍ରର ପତ୍ତା ମିଳିନଥିଲା। ତେବେ ଦୀର୍ଘ ୫ ଘଣ୍ଟା ପରେ ପିଲାଟିର ମୃତଦେହ ଡ୍ରେନ ର ପଙ୍କ ଭିତରୁ ଉଦ୍ଧାର କରିଥିଲା ଅଗ୍ନିଶମବାହିନୀ।

ବ୍ରହ୍ମପୁରରେ ପ୍ରବଳ ବର୍ଷା ଯୋଗୁଁ ମୁକୁଳା ଡ୍ରେନରେ ପ୍ରବଳ ପାଣି ଯାଉଥିଲା। ଏବେ ଏ ଘଟଣା ପରେ BMCର ପାରିବାପଣିଆ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ବାରମ୍ବାର ଅଭିଯୋଗ ସତ୍ତେ କାହିଁକି ସହରର ଏକାଧିକ ସ୍ଥାନରେ ଏଭଳି ମୁକୁଳା ଡ୍ରେନ୍ ପଡ଼ି ରହିଛି ବୋଲି ପ୍ରଶ୍ନ ଉଠିଛି ।

ଅଧିକ ପଢନ୍ତୁ ଓଡ଼ିଶା ଖବର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
11-year-old student drowned in the drain | Argus News