ଓଡ଼ିଶାରେ 5 ବର୍ଷରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି ୧୧୦୩ ଜଣ

ଭୁବନେଶ୍ୱର: ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା 5 ବର୍ଷ ଭିତରେ ଓଡ଼ିଶା ଭାରତ ବର୍ଷର ସବୁ ରାଜ୍ୟ ଠାରୁ ଅଧିକ । ଓଡ଼ିଶାରେ 5 ବର୍ଷରେ ବଜ୍ରପାତରେ ମୃତ୍ୟୁ ବରଣ କରିଛନ୍ତି 1103 ଜଣ ଯେଉଁ ରାଜ୍ୟରେ ଖଣିଜ ପଦାର୍ଥ ବେଶୀ ଥାଏ ସେଠି ବଜ୍ରପାତ ମୃତ୍ୟୁ ସଂଖ୍ୟା ବେଶୀ । ବଜ୍ରପାତର ସ୍ଥାୟୀ ନିରାକରଣ ପାଇଁ କୌଣସି ବ୍ୟବସ୍ଥା ହୋଇନାହିଁ । ବାଦଲ ଓ ବାଦଲ ଭିତରେ ସଂଘର୍ଷରେ ହୁଏ ବଜ୍ରପାତ । ଭାରତୀୟ ପାଣିପାଗ ଅନୁଷ୍ଠାନ ତରଫର ତଥ୍ୟ ଅନୁଯାଇ ମୋବାଇଲ ଆପରେ ଜନସାଧାରଣ ଙ୍କୁ ଅବଗତ କରାଯାଉଛି । କେଉଁ ଠାରେ ବଜ୍ରପାତ ହେବ ଜାଣିବା ପାଇଁ ବୈଜ୍ଞାନିକ ମାନେ ସଫଳ ହୋଇନାହାନ୍ତି, ଅନୁସନ୍ଧାନ ଚାଲିଛି ।
କ୍ଷେତ ଓ ସ୍କୁଲରେ ବହୁ ସଂଖ୍ୟକ ଲୋକେ ବଜ୍ରପାତର ଶିକାର ହେଉଛନ୍ତି । ତାଳ ଗଛ ଲଗାଇବା ପାଇଁ ଜଙ୍ଗଲ ବିଭାଗକୁ ରାଜସ୍ବ ବିଭାଗ 7 କୋଟି ଟଙ୍କା ପ୍ରଦାନ କରିଛନ୍ତି ବଜ୍ରପାତରେ ମୃତ୍ୟୁବରଣ କଲେ 4 ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ପ୍ରଦାନ କରାଯାଉଛି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଗୃହରେ ଉତ୍ତର ରଖିଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଅଧିକ ପଢନ୍ତୁ ଓଡ଼ିଶା ଖବର

