Videos
|
Odisha

ଡେବ୍ରିଗଡ ଅଭୟାରଣ୍ୟକୁ ଆସିଲେ ୧୧୫ଟି ଚିତ୍ରା ହରିଣ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଡେବ୍ରିଗଡ ଅଭୟାରଣ୍ୟକୁ ଆସିଲେ ୧୧୫ଟି ଚିତ୍ରା ହରିଣ

ସମ୍ବଲପୁର : ସେଣ୍ଟ୍ରାଲ ଜୁ ଅଥୋରିଟିଙ୍କ ଅନୁମତି ଏବଂ ରାଜ୍ଯ ବନ୍ଯପ୍ରାଣୀଙ୍କ ନିର୍ଦ୍ଧେଶ କ୍ରମେ ଡେବ୍ରିଗଡ ଅଭୟାରଣ୍ୟକୁ ସମ୍ବଲପୁର ଚିଡ଼ିଆଖାନା ରୁ ହରିଣ ସ୍ଥାନାନ୍ତର କାର୍ଯ୍ୟ ଆରମ୍ଭ କରାଯାଇଛି l ଆଜି ପ୍ରଥମ ଦିନରେ ସକାଳ 3 ଟା ସମୟରେ 12 ଟି ଚିତ୍ରା ହରିଣ ଙ୍କୁ ସମ୍ବଲପୁର ଚିଡିଆଖାନାରୁ ଡେବ୍ରିଗଡ ଅଭୟାରଣ୍ୟ କୁ ସ୍ଥାନାନ୍ତର କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ସମୁଦାୟ ୧୧୫ ଟି ଚିତ୍ରା ହରିଣ ସମ୍ବଲପୁର ଚିଡ଼ିଆଖାନାରୁ ଡେବ୍ରିଗଡ ଅଭୟାରଣ୍ଯ କୁ ସ୍ଥାନାନ୍ତରିତ କରାଯିବ ବୋଲି ଡେବ୍ରିଗଡ ଅଭୟାରଣ୍ଯ ଡିଏଫଓ ଅଂଶୁପ୍ରଜ୍ଞା ଦାଶ ସୂଚନା ଦେଇଛନ୍ତି l ସମ୍ବଲପୁର ଚିଡିଆଖାନା ରେ ହରିଣ ସଂଖ୍ଯା କମାଇବା ସହ ସଂଖ୍ଯା ସମତୂଳ ରଖିବା ପାଇଁ ଏହି ପ୍ରୟାସ କରାଯାଇଛି l

ଅଧିକ ପଢନ୍ତୁ : ସମ୍ବଲପୁର ଆସିବେ ୪ ମହାବଳ ବାଘ: ଏନଟିସିଏର ମିଳିଲା ଅନୁମତି

ତେବେ ଡେବ୍ରୀଗଡ଼ ଅଭୟାରଣ୍ୟ କୁ ସ୍ଥାନାନ୍ତର ହୋଇଥିବା ସମୁଦାୟ ହରିଣ ମାନେ ଆସନ୍ତା ମାସେ ଯାଏଁ ସେଠାରେ କ୍ଯାରେଣ୍ଟାଇନରେ ରହିବେ ବୋଲି ସୂଚନା ରହିଛି l ଏହାସହ ଡେବ୍ରିଗଡ ଅଭୟାରଣ୍ୟ କୁ 3 ଟି ବାଘ ଆସିବା ନେଇ ପୂର୍ବରୁ ଅନୁମତି ମିଳିଥିବା ବେଳେ ସମ୍ବଲପୁର ଚିଡ଼ିଆଖାନା କୁ ଅନ୍ଯ ଚିଡିଆଖାନା ରୁ 4 ଟି ମହାବଳ ବାଘ ସହ 4 ଟି କୁମ୍ଭୀର ମଧ୍ୟ ଆସିବା ଅନୁମତି ମିଳିଥିବା ନେଇ ଅଂଶୁପ୍ରଜ୍ଞା ଦାଶ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
115deer came to Debrigad Sanctuary | Argus News