School Buses Without Fitness / ସ୍କୁଲ ପିଲାଙ୍କ ଜୀବନ ସହ ଭୟଙ୍କର ଖେଳ, ବିନା ଫିଟନେସରେ ଗଡୁଛି ୧୧୭୧ ସ୍କୁଲ ବସ୍
·6 months ago·2 min read

Key Points
ସ୍କୁଲ ପିଲାଙ୍କ ଜୀବନ ସହ ଭୟଙ୍କର ଖେଳ
୧୧୭୧ଟି ସ୍କୁଲ ବସର ନାହିଁ ଫିଟନେସ୍
ପରିବହନ ମନ୍ତ୍ରୀ କହିଲେ, ଫିଟନେସ୍ ନ କଲେ ରଦ୍ଦ ହେବ RC

ଛାତ୍ରଛାତ୍ରୀଙ୍କ ଜୀବନ ସହ ଖେଳ । ବିନା ଫିଟନେସରେ ଗଡୁଛି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନର ୧୧୭୧ ବସ୍ । ବିଧାନସଭାରେ ଖୋଦ ପରିବହନ ମନ୍ତ୍ରୀ ଏଭଳି ଉତ୍ତର ରଖିବା ପରେ ଅଭିଭାବକ ସଂଘ ଉଦବେଗ ପ୍ରକାଶ କରିଛି । ସେପଟେ ପରିବହନ ବିଭାଗରେ ନିୟୋଜିତ ହୋଇଥିବା ୨୪୨ଟି ଗାଡ଼ିର PUCC ଅବଧି ଶେଷ ହୋଇଥିବା ମଧ୍ୟ ତଥ୍ୟ ମିଳିଛି ।
ପିଲାମାନଙ୍କୁ ସ୍କୁଲ ବସ୍ରେ ପଠାଉଛନ୍ତି କି ? ସାବଧାନ ହୋଇ ଯାଆନ୍ତୁ । କେତେବେଳେ ବି ଘଟିପାରେ ଦୁର୍ଘଟଣା । କାରଣ ବିନା ଫିଟନେସରେ ଗଡ଼ୁଛି ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୭୧ ବସ୍ । ବଡ଼ କଥା ହେଉଛି ସବୁଠୁ ଅଧିକ ଧରପଗଡ଼ ହେଉଥିବା ରାଜଧାନୀ ଭୁବନେଶ୍ୱରର ୧୭ ସ୍କୁଲ ବସ୍ରେ ଫିଟନେସ ନାହିଁ । ବିଧାନସଭାରେ ଖୋଦ ପରିବହନ ମନ୍ତ୍ରୀ ଏଭଳି ଉତ୍ତର ରଖିବା ପରେ ଉଦବେଗ ପ୍ରକାଶ କରିଛି ଅଭିଭାବକ ସଂଘ । ରାଜ୍ୟର ବିଭିନ୍ନ ସ୍କୁଲର ୪୦୪୫ଟି ବସ୍ ପିଲାମାନଙ୍କୁ ନେବା ଆଣିବା କରୁଛି । ତେବେ ବିଭିନ୍ନ ସମୟରେ ବସ୍ଗୁଡିକୁ ଯାଞ୍ଜ କରାଯାଉଥିବା କହିଛି STA ।
କେବଳ ସ୍କୁଲ ବସ୍ ନୁହେଁ ସରକାରୀ କାର୍ଯ୍ୟରେ ଲାଗିଥିବା ମାଳ ମାଳ ଗାଡିର ବି ନାହିଁ PUCC । ବିଧାନସଭା ତଥ୍ୟ କହୁଛି ପରିବହନ ବିଭାଗ ଅଧୀନରେ ଥିବା ସମସ୍ତ କାର୍ଯ୍ୟାଳୟରେ ନିୟୋଜିତ ୨୪୨ଟି ଗାଡ଼ି ମଧ୍ୟରୁ ୪୪ଟି ଗାଡ଼ି ସରକାରଙ୍କ ନିଜସ୍ୱ ହୋଇଥିବା ବେଳେ ୧୯୮ ଗାଡ଼ି ଭଡ଼ାରେ ଲାଗିଛି । ତେବେ ଏହି ସବୁ ଗାଡ଼ିଗୁଡ଼ିକର PUCC ଅବଧି ୨୨ ଡିସେମ୍ବର ୨୦୨୫ରୁ ଶେଷ ହୋଇସାରିଛି । ପରିବହନ ମନ୍ତ୍ରୀ କହିଛନ୍ତି ATS ବା ଅଟୋମେଟିକ ଟେଷ୍ଟିଙ୍ଗ ସେଣ୍ଟର ଜରିଆରେ ଗାଡି ଗୁଡିକର ଫିଟନେସ ଦିଆଯିବ । ତୁରନ୍ତ ଗାଡିର ଫିଟନେସ ନ କଲେ RC ବାତିଲ କରାଯିବ ।
ନିୟମ ଅନୁସାରେ ଘରୋଇ ରେଜିଷ୍ଟ୍ରେସନ ଥିବା ଗାଡ଼ି କିଣା ହେବାରର ୧୫ ବର୍ଷ ପରେ ପ୍ରତି ୫ ବର୍ଷରେ ଥରେ ଫିଟନେସ ସାର୍ଟିଫିକେଟ ନବୀକରଣ କରିବା କଥା । ସେହିପରି ବ୍ୟବସାୟିକ ରେଜିଷ୍ଟ୍ରେସନ ଥିବା ଗାଡ଼ି କିଣା ହେବା ୨ ବର୍ଷ ପରେ ପ୍ରଥମ ଥର ଓ ପରେ ପ୍ରତି ୮ ବର୍ଷରେ ଥରେ ଫିଟନେସ ସାର୍ଟିଫିକେଟ ନବୀକରଣ କରିବା କଥା ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଫିଟନେସ୍ ନ ଥିଲେ ପ୍ରଥମ ଥର ୨ ହଜାରରୁ ୫ ହଜାର ଓ ପରେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ୁଛି । ଫିଟନେସ୍ ନ ଥାଇ ଗାଡି ଚାଲୁଥିବାରୁ ଦୁର୍ଘଟଣା ବି ବଢୁଛି । ୨୦୨୪ ମସିହାର କ୍ରାଇମବ୍ରାଞ୍ଚ ରିପୋର୍ଟ ଅନୁସାରେ, ରାଜ୍ୟରେ ଦୈନିକ ୧୫ରୁ ୧୬ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବେଳେ ଅଧିକାଂଶ ଗାଡିର ଫିଟନେସ ନ ଥିବା ମାମଲା ସାମ୍ନାକୁ ଆସୁଛି ।
Related Topics
Explore more stories