Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି

Rashmita Mishra
Browse all articles by Rashmita Mishra
·1 year ago·1 min read
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି

ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲାର ଖୋଳତାଡ କରାଯିବ । ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସମସ୍ତ ମାମଲା ଇଡିକୁ ହସ୍ତାନ୍ତର ହୋଇସାରିଛି । ଦୁର୍ନୀତିଖୋର ବାବୁଙ୍କ କଳାଧନ ସଂଗ୍ରହର ଉତ୍ସ ସାଙ୍ଗକୁ ସେମାନଙ୍କ ରାଜନୈତିକ ସଂପୃକ୍ତିର ଖୋଲତାହ ହେବ । ତୃତୀୟ ମହଲାର ପାଓ୍ବାରଫୁଲ ବାବୁଙ୍କ ସହ ମିଶି ରାଜସ୍ବ ଲୁଟିଥିବା ଅଭିଯୋଗ। ସେମାନେ କେତେ କଳାଧନର ଅଧିକାରୀ, କେଉଁ କେଉଁ ବାଟରେ ସେମାନେ ବିନିଯୋଗ କରିଛନ୍ତି ସେସବୁର ମଧ୍ୟ ଛାନଭିନ୍ କରାଯିବ । ଅଭିଯୋଗ ହୋଇଥିଲା ଏମାନଙ୍କ ତୃତୀୟ ମହଲା ସହ ସଂପୃକ୍ତି ଥିଲା । ଛୋଟ ମାଛ ଧରାପଡିଥିଲେ ମଧ୍ୟ ବଡ ମାଛ ମାନଙ୍କ ପାଖରେ ପହଞ୍ଚି ପାରିନଥିଲା ପୋଲିସ। ୨୦୨୩ରୁ ୨୦୨୪ ମଧ୍ୟରେ ଭିଜିଲାନ୍ସ ପଞ୍ଚାରେ ଫସି ଜେଲ ଯାଇଥିବା ଓ ନିଲମ୍ବିତ ହୋଇଥିବା ୧୨ଜଣ କଳାଧନର ମାଲିକଙ୍କ ନାଁ ପ୍ରକାଶ ପାଇନାହିଁ । କିନ୍ତୁ ଖୁବଶୀଘ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସେମାନଙ୍କୁ ସମନ କରାଯିବ । ସୁପ୍ରିମକୋର୍ଟଙ୍କ ଅନୁମୋଦିତ କଳାଧନ ସମ୍ପର୍କିତ ମାଲାର ତଦନ୍ତ କରୁଥିବା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ । ଅଗଷ୍ଟ ୨୮ରେ କଟକର ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭିଜିଲାନ୍ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ ଉଠିଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12 ED will break into the house of the corrupt | Argus News