Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପ୍ରତିବାଦରେ ବନ୍ଦ ଡାକରା

Odisha

ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପ୍ରତିବାଦରେ ବନ୍ଦ ଡାକରା

Smruti Parija
Browse all articles by Smruti Parija
·2 years ago·1 min read
ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରୁ ଫୁଲବାଣୀ ବାଦ୍ ପ୍ରତିବାଦରେ ବନ୍ଦ ଡାକରା

କନ୍ଧମାଳ:  କନ୍ଧମାଳ ବିକାଶ ପରିଷଦ ପକ୍ଷରୁ ଆଜି ୧୨ଘଣ୍ଟିଆ କନ୍ଧମାଳ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି । ଗୋପାଳପୁର-ସମ୍ବଲପୁର ଭାୟା ଫୁଲବାଣୀ ରେଳ ପ୍ରକଳ୍ପରୁ ଫୁଲବାଣୀକୁ ବାଦ୍ ଦେବା ପ୍ରତିବାଦରେ ବନ୍ଦ ଡାକରା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅଧିନରେ ଥିବା ଓରିଡିଲର ସର୍ଭେରେ ୨୦୨୨ରେ ଗୋପାଳପୁର-ସମ୍ବଲପୁର ରେଳ ପ୍ରକଳ୍ପରେ ସ୍ଥାନ ପାଇଥିଲା ଫୁଲବାଣୀ । କିନ୍ତୁ ୨୦୨୩ରେ ଓରିଡିଲ ସର୍ଭେରୁ ବାଦ ପଡ଼ିଛି ଫୁଲବାଣୀ । ସେଥିପାଇଁ ବନ୍ଦ ଡାକରା ଦେଇଛି କନ୍ଧମାଳ ବିକାଶ ପରିଷଦ ।

ବ୍ରହ୍ମପୁର - ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ ଚୂଡାନ୍ତ ସର୍ବେକ୍ଷଣ ସରିଛି । ପୂର୍ବ ସର୍ବେକ୍ଷଣରେ ଫୁଲବାଣୀ ସହରରେ ରେଳ ଷ୍ଟେସନ ନିର୍ମାଣ ହେବାକୁ ସ୍ଥିର ହୋଇଥିବା  ବେଳେ ଚୂଡାନ୍ତ ସର୍ବେକ୍ଷଣରେ ଫୁଲବାଣୀ ସହରକୁ ରେଳ ଲାଇନ ଯିବ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଯାହା ଦ୍ୱାରା କନ୍ଧମାଳ ଜିଲ୍ଲା ବାସୀଙ୍କ  ଦୀର୍ଘ ଦିନ ର ସ୍ବପ୍ନ ଅଧୁରା ରହିଯିବ ଓ କନ୍ଧମାଳବାସୀ  ରେଳପଥ  ଦେଖିବାକୁ ପାଇପାରିବେ ନାହିଁ l ଯାହାକୁ ନେଇ କନ୍ଧମାଳ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ଆଜି ବନ୍ଦ ଡକରା ଦେଇଛି ବିକାଶ ପରିଷଦ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଓଡିଶା ଖବର ଆହୁରି ପଢନ୍ତୁ

Sponsored
12-hr-kandhamal-bandh | Argus News