Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବର୍ଷକୁ 12 ଶହ ଯୁବକ ଯୁବତୀଙ୍କୁ ମିଳିପାରିବ ରୋଜଗାର

Odisha

ବର୍ଷକୁ 12 ଶହ ଯୁବକ ଯୁବତୀଙ୍କୁ ମିଳିପାରିବ ରୋଜଗାର

Banajyotshna Ray
Browse all articles by Banajyotshna Ray
·2 years ago·2 min read
ବର୍ଷକୁ 12 ଶହ ଯୁବକ ଯୁବତୀଙ୍କୁ ମିଳିପାରିବ ରୋଜଗାର
  • ଦକ୍ଷତା ବିକାଶ କ୍ଷେତ୍ରରେ ଢେଙ୍କାନାଳକୁ ବଡ଼ ଉପହାର
  • ବର୍ଷକୁ 12 ଶହ ଯୁବକ ଯୁବତୀଙ୍କୁ ମିଳିପାରିବ ରୋଜଗାର
  • ଅତ୍ୟାଧୁନିକ ‘ସ୍କିଲ୍ ଇଣ୍ଡିଆ ସେଣ୍ଟର’ର ଲୋକାର୍ପଣ କଲେ କେନ୍ଦ୍ରମନ୍ତ୍ରୀ
  • ଅବିଭକ୍ତ ଢେଙ୍କାନାଳ ଜିଲ୍ଲାକୁ ମିଳିଲା 23ଟି ନୂଆ ଡାକଘର
  • ଗଡଜାତ ଗାନ୍ଧିଙ୍କ ସ୍ମୃତିରେ ଡାକ ଟିକେଟ୍ ଉନ୍ମଚନ କଲେ ଧର୍ମେନ୍ଦ୍ର

ଅର୍ଗସ ବ୍ୟୁରୋ: ଢେଙ୍କାନାଳ ବସଷ୍ଟାଣ୍ଡରେ 5 ମହଲା ବିଲ୍ଡିଂରେ ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟିତ । ଏଠାରେ ବାର୍ଷିକ 12 ଶହରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ମିଳିବ ପ୍ରଶିକ୍ଷଣ । ମାତ୍ର 3 ମାସରେ ଦକ୍ଷ ହେବାସହ ରୋଜଗାରକ୍ଷମ ହେବେ ଯୁବକ ଯୁବତୀ । ଯେଉଁଥିରେ ହୋଟେଲ ଇଣ୍ଡଷ୍ଟ୍ରିଠୁ ଆରମ୍ଭ କରି ଆଇଟି ସେକ୍ଟର ଓ ଗ୍ରାଫିକ୍ସ ଡିଜାଇନ୍ ଭଳି କୋର୍ସରେ ପିଲାଙ୍କୁ ତାଲିମ୍ ମିଳିବ । ସ୍କିଲ୍ ସେଣ୍ଟରରେ 5ଟି ଆଧୁନିକ ଲ୍ୟାବ, ପ୍ରଶିକ୍ଷଣ ନିମନ୍ତେ 3ଟି ଟ୍ରେନିଂ ହଲ ରହିଛି । ସ୍କିଲ୍ ଇଣ୍ଡିଆ ଓ NSDC ଏକାଡେମୀ ସହଯୋଗରେ ଦକ୍ଷତା ବିକାଶ ତାଲିମ୍ କେନ୍ଦ୍ରରେ ସ୍ୱଳ୍ପ ମୂଲ୍ୟରେ 8ଟି ବିଷୟରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯିବ । ଏଠାରୁ ତାଲିମ୍ ପ୍ରାପ୍ତ ଯୁବକଯୁବତୀ 25 ହଜାର ଟଙ୍କା ଯାଏ ଦରମାରେ ଚାକିରି ପାଇପାରିବେ । ସ୍କିଲ୍ ଇଣ୍ଡିଆ ମିଶନ ଅଧୀନରେ ନ୍ୟୁ ଏଜ୍ ସ୍କିଲ୍ସ, ଗ୍ରାଫିକ୍ସ ଡିଜାଇନ, ପ୍ରଯୁକ୍ତିବିଦ୍ୟା ଓ ପ୍ରଯୁକ୍ତିସେବା ଫୁଡ୍ ଆଣ୍ଡ ବେଭରେଜ୍ ସର୍ଭିସେସ୍ ଭଳି ବିବିଧ କ୍ଷେତ୍ରରେ ଇଚ୍ଛୁକ ଯୁବକ ଯୁବତୀଙ୍କୁ କେନ୍ଦ୍ରରେ ତାଲିମ ଦିଆଯିବ । ଯୁବପିଢିକୁ ସ୍କିଲିଂ, ରି-ସ୍କିଲିଂ ଏବଂ ଅପ୍- ସ୍କିଲିଂ ସହ ଯୋଡି ହୋଇ ନିଜକୁ ଦକ୍ଷ ବନାଇଲେ ହିଁ 2047 ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ପୂରଣ କରିପାରିବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ସ୍କିଲ୍ ଇଣ୍ଡିଆ ସେଣ୍ଟର ଉଦଘାଟନ ପରେ କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରେ ପ୍ରଜା ଆନ୍ଦୋଳନର ପୁରୋଧା ତଥା ମହାନ ବିପ୍ଳବୀ ଗଡ଼ଜାତ ଗାନ୍ଧି ପୂଜ୍ୟ ସାରଙ୍ଗଧର ଦାସଙ୍କ ସ୍ମୃତିରେ ଡାକ ଟିକେଟ ଉନ୍ମୋଚନ କରିଥିଲେ । ଏହାସହ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ 23ଟି ଡାକଘର ଲୋକାର୍ପିତ କରିଥିଲେ କେନ୍ଦ୍ରମନ୍ତ୍ରୀ । ନୂତନ ଡାକଘର ନାଗରିକଙ୍କୁ ତ୍ୱରିତ ଡାକସେବା ହାତ ପାଆନ୍ତାରେ ପହଞ୍ଚାଇ ସ୍ଥାନୀୟ ଯୋଗାଯୋଗ ବ୍ୟବସ୍ଥାକୁ ଆହୁରି ମଜଭୁତ୍ କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଢେଙ୍କାନାଳ ଜିଲ୍ଲା RTO ଅଫିସ୍ ନିକଟରେ ଥିବା ଜିଲ୍ଲା ଆଡିଟୋରିୟମରେ ଉଦଘାଟନୀ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସହ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ସହ ବହୁ ବରିଷ୍ଠ ବିଜେପି ନେତା ଯୋଗ ଦେଇଥିଲେ ।

ଢେଙ୍କାନାଳ ଜିଲ୍ଲାକୁ ବଡ଼ ଉପହାର ଦେବାପରେ ଅପରାହ୍ନରେ ଯୋରନ୍ଦା ମେଳାରେ ସାମିଲ ହୋଇ ମହିମା ସାଧୁଙ୍କୁ ଭେଟିଥିଲେ କେନ୍ଦ୍ରମନ୍ତ୍ରୀ । ଏହାପୂର୍ବରୁ କେନ୍ଦ୍ରମନ୍ତ୍ରୀ ଗନ୍ଦିଆ ବ୍ଲକ କାଇମାଟି ଗାଁରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କ ସହ ମୋଦି ସରକାରଙ୍କ ବିଭିନ୍ନ ମହିଳା କଲ୍ୟାଣକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ । ଯୋଜନା କାର୍ଯ୍ୟକାରିତା ସହ ମୋଦି ଗ୍ୟାରେଣ୍ଟି ବିଷୟରେ ମହିଳାଙ୍କୁ ବୁଝାଇଥିଲେ କେନ୍ଦ୍ରମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Sponsored
12 hundred young men and women can get employment every year | Argus News