Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଫାଇରିଂ କରି ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟ

Ritu Das
Browse all articles by Ritu Das
·2 years ago·1 min read
ଫାଇରିଂ କରି ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଲୁଟ

ଅର୍ଗସ ବ୍ୟୁରୋ: ବ୍ୟାଙ୍କ ସମ୍ମୁଖରେ ପେଟ୍ରୋଲ ଟାଙ୍କି କର୍ମଚାରୀଙ୍କୁ ଗୁଳି କରି ୧୨ଲକ୍ଷ ଟଙ୍କା ଲୁଟିନେଲେ ଦୁବୁର୍ତ୍ତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧିନ ବର୍ତ୍ତନା ବଜାରରେ ଥିବା ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ଦୁଇଟି ବାଇକ ଯୋଗେ ୬ଜଣ ଦୁବୁର୍ତ୍ତ ଆସି ଫାଇରିଂ କରି କର୍ମଚାରୀଙ୍କ ନିକଟରୁ ୧୨ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। 
କୁପାରି ବଜାରରେ ଥିବା କୁପେଶ୍ୱର ପେଟ୍ରୋଲ ଟାଙ୍କିର ମ୍ୟାନେଜର ଅଜୟ ମହାପାତ୍ର ଏବଂ ତାଙ୍କ କର୍ମଚାରୀ ବିଷ୍ଣୁପଦ ମହାପାତ୍ର ପ୍ରତ୍ୟକ ଦିନ ଭଳି ଆଜି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍ କରିବାକୁ ଆସିଥିଲେ।

ବ୍ୟାଙ୍କ ନିକଟରେ ବାଇକ ରଖି ବ୍ୟାଙ୍କ ଭିତରକୁ ଯିବା ସମୟରେ ଗୋଟିଏ ପଲସର ଏବଂ ଗୋଟିଏ ଆପାଚି ବାଇକରେ ୬ଜଣ ଦୁର୍ବୃତ୍ତ ଆସି ୩ରାଉଣ୍ଡ ଫାଇରିଂ କରିଥିଲେ। ଗୋଟିଏ ଗୁଳି ବିଷ୍ଣୁପଦଙ୍କ ବାମ ପାଦରେ ବାଜିଥିଲା। ଫଳରେ ବିଷ୍ଣୁପଦ ଆହତ ହୋଇପଡିଥିଲେ।ସ୍ଥାନୀୟ ଲୋକେ ତାଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରିଥିବା ବେଳେ।ଖବର ପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored