Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ମଧ୍ୟାହ୍ନ ଭୋଜନରେ ଝିଟିପିଟି, 12  ଛାତ୍ରଛାତ୍ରୀ ଅସୁସ୍ଥ 

Manini Pattanayak
Browse all articles by Manini Pattanayak
·2 years ago·2 min read
 ମଧ୍ୟାହ୍ନ ଭୋଜନରେ ଝିଟିପିଟି, 12  ଛାତ୍ରଛାତ୍ରୀ ଅସୁସ୍ଥ 

ଭଦ୍ରକ: ମଧ୍ୟାହ୍ନ ଭୋଜନ ଖାଦ୍ୟରେ ଝିଟିପିଟି ବାହାରି 12 ଜଣ ଛାତ୍ରଛାତ୍ରୀ ଅସୁସ୍ଥ। ଗୁରୁତର ଛାତ୍ରଛାତ୍ରୀଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି।  72 ଘଣ୍ଟା ବିତି ନାହିଁ ପୁଣି ମଧ୍ୟାହ୍ନ ଭୋଜନରେ ଝିଟିପିଟି ପଡ଼ିଥିବା ଅଭିଯୋଗ ହୋଇଛି।  ଗତ ତିନି ଦିନ ତଳେ ଶଙ୍କରପୁର ଉର୍ଦ୍ଦୁ ugme ସ୍କୁଲରେ ମଧ୍ୟାହ୍ନ ଭୋଜନ ରେ ଝିଟିପିଟି ପଡ଼ିଥିବା ଖାଦ୍ୟ ଖାଇ 20 ଜଣ ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ।  ଆଜି ସମାନ ଘଟଣାର ପୁନରାବୃତ୍ତି ହୋଇ 12 ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି।  କିନ୍ତୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଗୋଟିଏ ସଂସ୍ଥାର ବାରମ୍ବର ଏଭଳି ଖମାଖିଆଲି କାର୍ଯ୍ୟ ଯୋଗୁଁ ନିରୀହ ଛାତ୍ରଙ୍କ ଜୀବନ ଆଜି ସଙ୍କଟରେ ପଡ଼ିଛି। ଆଜି ଶନିବାର ସକାଳୁଆ ସ୍କୁଲ ଥିବା ବେଳେ ଭଦ୍ରକ ବ୍ଲକ ଅଧୀନସ୍ଥ ଏଲେଖା ପ୍ରୋଜେକ୍ଟ ୟୁପି ସ୍କୁଲରେ ପିଲାମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ତରକାରୀରେ ଝିଟିପିଟି ପଡ଼ିଥିବା

ଦେଖିବାକୁ ମିଳିଥିଲା। ଏହାକୁ ନେଇ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ଏହାପରେ ସାଙ୍ଗେ ସାଙ୍ଗେ ଛାତ୍ରୀ ଜଣକ ପ୍ରଧାନ ଶିକ୍ଷକକୁ ଏ ସଂକ୍ରାନ୍ତରେ ଅବଗତ କରାଇବା ପରେ  ପ୍ରଧାନ ଶିକ୍ଷକ ତୁରନ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଇଥିଲେ।  ଘଟଣା ସ୍ଥଳରେ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ, ସ୍କୁଲ ହେଡମାଷ୍ଟର ଡାକ୍ତରଖାନାରେ  ଅସୁସ୍ଥ ଥିବା ଛାତ୍ରଛାତ୍ରୀ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପଚାରିବୁଝିଥିଲେ।  ତେବେ ଏଠି ପ୍ରଶ୍ନ ଉଠୁଛି ଭଦ୍ରକ ସହର ଗବସାହିରେ ଥିବା ଦାମୋଦର ଜୀଉ  ମଧ୍ୟାହ୍ନ ଭୋଜନ ଯୋଗାଇଥିବା ସଂସ୍ଥା ବିରୋଧରେ ବାରମ୍ବାର ଅଭିଯୋଗ ଆସିବା ସତ୍ୱେ କେଉଁ ସ୍ୱାର୍ଥରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ତାହା ଏବେ ବଡ ଚିନ୍ତା ଜନକ ବିଷୟ ପାଲଟିଛି।  ଗୋଟାଏ ସପ୍ତାହ ଭିତରେ ଅଧିକାଂଶ ଛାତ୍ରଛାତ୍ରୀ ମଧ୍ୟାହ୍ନ ଭୋଜନ ଖାଇ ଅସୁସ୍ଥ ହୋଇଥିବା ବେଳେ କାହା ସ୍ୱାର୍ଥରେ ଉକ୍ତ ସଂସ୍ଥାକୁ ଅହେତୁକ ଅନୁକମ୍ପା ଦେଉଛନ୍ତି ଜିଲ୍ଲା ପ୍ରଶାସନ ତାହା ସବୁଠୁ ବଡ ପ୍ରଶ୍ନ ବାଚୀ ସୃଷ୍ଟି କରିଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
12 students are sick due to contamination in mid-day meal. | Argus News