୧୨୧ କିଲୋ ୬୫୦ ଗଞ୍ଜେଇ ଜବତ
·1 year ago·1 min read

ଅର୍ଗସ ବ୍ୟୁରୋ: ଓଡିଶାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଛତିଶଗଡ଼ ପୋଲିସ ନିକଟରେ ଧରାପଡିଛି ।ବିଶେଷ ସୂତ୍ରରୁ ଖବର ପାଇ ଛତିଶଗଡ଼ ପୋଲିସ ଫରସଗାଁ ନିକଟରେ ଜଗି ରହିଥିଲେ । ଠିକ୍ ଏହି ସମୟର ଏକ ଗଞ୍ଜେଇ ବୋଝେଇ ପିକଅପ ଭ୍ୟାନକୁ ଅଟକାଇ ଯାଞ୍ଚ କରିଥିଲେ l ଯାଞ୍ଚ ସମୟରେ ସେଥିରୁ ଅଢେଇ ବସ୍ତା ଗଞ୍ଜେଇ ବାହାରିଥିଲା। ଛତିଶଗଡ଼ ପୋଲିସର କହିବା ଅନୁଯାୟୀ ଜବତ ଗଞ୍ଜେଇର ଓଜନ ୧୨୧ କିଲୋ ୬୫୦ ଗ୍ରାମ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ। ଏହି ଚୋରା ଚାଲାଣରେ ଅଭିଯୁକ୍ତ ଜଣକ ହେଲେ ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଞ୍ଚଳର ସିଲାଟି ଗ୍ରାମର ନବଜିତ ସରକାର (୨୬)। ଉକ୍ତ ଗଂଜେଇ ଚାଲାଣ କାରୀକୁ ଗିରଫ କରିଛି ଛତିଶଗଡ଼ ପୋଲିସ। ତେବେ ବାରମ୍ବାର ଓଡ଼ିଶାରୁ ଅନ୍ୟ ରାଜ୍ୟ କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଓଡ଼ିଶା ପୋଲିସର କିମ୍ଵା ଅବକାରୀ ବିଭାଗର ବେଆଇନ କାରବାର ଉପରେ କିଭଳି ଦୃଷ୍ଟି ପଡ଼ୁନାହିଁ ବୋଲି ସାଧାରଣରେ ରେ ଚର୍ଚ୍ଚା ହେଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: