Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ୩୫ ଡିଗ୍ରୀରେ ତାତିଲା ରାଜଧାନୀ

Odisha

ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ୩୫ ଡିଗ୍ରୀରେ ତାତିଲା ରାଜଧାନୀ

Sushanta Sahoo
Browse all articles by Sushanta Sahoo
·1 year ago·1 min read
ଫେବ୍ରୁଆରୀ ଅଧାରୁ ଟାଇଁ ଟାଇଁ ଖରା, ୩୫ ଡିଗ୍ରୀରେ ତାତିଲା ରାଜଧାନୀ

Key Points

ଫେବ୍ରୁଆରୀ ଅଧା ହୋଇଥିବା ବେଳେ ବଢ଼ିଲାଣି ଖରାର ପ୍ରକୋପ । ଆଜି ରାଜ୍ୟର ୧୩ ସହରରେ ପାରଦ ୩୬ ଡିଗ୍ରୀ ଉପରେ ରହିଛି ।

ଭୁବନେଶ୍ଵର: ପୁଣି ୩୬ ଟପିଲା ତାପମାତ୍ରା । ଫେବ୍ରୁଆରୀ ଅଧା ହୋଇଥିବା ବେଳେ ବଢ଼ିଲାଣି ଖରାର ପ୍ରକୋପ । ଆଜି ରାଜ୍ୟର ୧୩ ସହରରେ ପାରଦ ୩୬ ଡିଗ୍ରୀ ଉପରେ ରହିଛି । ପାରଳାଖେମୁଣ୍ଡିରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୩୬.୬ ଡିଗ୍ରୀ ରେକର୍ଡ କରା ଯାଇଥିବା ବେଳେ ଝାରସୁଗୁଡ଼ାରେ ୩୬.୨ ଡିଗ୍ରୀ, ଅନୁଗୁଳରେ ୩୬.୧ ଡିଗ୍ରୀ ରହିଛି ।


ସେହିଭଳି ବଲାଙ୍ଗିର, ଭବାନୀପାଟଣା, ଟିଟିଲାଗଡ଼ ଓ ବୌଦ୍ଧରେ ସର୍ବୋଚ୍ଚ ଦିନ ତାପମାତ୍ରା ୩୬ ଡିଗ୍ରୀ ରେକର୍ଡ ହୋଇଛି । ଢେଙ୍କାନାଳ ୩୫.୮ ଡିଗ୍ରୀ, ସମ୍ବଲପୁର ଓ ସୋନପୁରରେ ୨୫.୭ ଡିଗ୍ରୀ, ହୀରାକୁଦ ୩୫.୬ ଡିଗ୍ରୀ, ଭଦ୍ରକ ୩୫.୫ ଡିଗ୍ରୀ, ଭୁବନେଶ୍ଵର ୩୫.୪ ଡିଗ୍ରୀ ଓ ବାରିପଦାରେ ୩୫ ଡିଗ୍ରୀ ରେକର୍ଡ ହୋଇଛି । ଫେବ୍ରୁଆରୀରେ ଦ୍ଵିତୀୟଥର ପାଇଁ ରାଜଧାନୀ ଭୁବନେଶ୍ଵରର ତାପମାତ୍ରା ୩୫ ଡିଗ୍ରୀ ପାର୍ କରିଛି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେପଟେ ପାଣିପାଗ ବିଭାଗର ଆକଳନ ଏ ତାତିରୁ ସାମାନ୍ୟ ଆଶ୍ଵସ୍ତି ଦେବ ହାଲୁକା ବର୍ଷା । ରାଜ୍ୟରେ ଏବେ ଶୁଖିଲା ପାଗ ଜାରି ରହିଥିବା ବେଳେ ଆସନ୍ତା ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର କେତେକ ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ହେବା ସମ୍ଭାବନା ରହିଛି ।


ବିଶେଷ କରି ୧୯ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଭଦ୍ରକ, ଯାଜପୁର ଓ ଢେଙ୍କାନାଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ଆଶଙ୍କା ରହିଛି । ସେହିଭଳି ୨୦ ଓ ୨୧ ତାରିଖରେ କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, କେନ୍ଦୁଝର, ବାଲେଶ୍ଵର ମୟୂରଭଞ୍ଜ ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ ।

Sponsored
13 City Of Odisha Records More Than 35 Degree Celsius In Mid February | Argus News