Videos
|
Odisha

୧୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ଅଟକ

Manini Pattanayak
Browse all articles by Manini Pattanayak
·2 years ago·1 min read
୧୩ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୩ଅଟକ

ବଲାଙ୍ଗିର: ଦିନକୁ ଦିନ ବଲାଙ୍ଗିର ଲାଠୋର ଥାନା ଅଞ୍ଚରେ ଗଞ୍ଜେଇ ଚୋରାଚାଲାଣ ବଢୁଛି। ଆଜି ଲାଠୋର ପୋଲିସ ଖରିଆର ରୋଡ଼ ରାସ୍ତାରେ ଥିବା ମସିଣା ଛକ ଠାରୁ ୧୩କ୍ବିଣ୍ଟାଲ ୧୯ କେଜି ଗଞ୍ଜେଇ ଜବତ କରିବା ସହ ୩ଜଣଙ୍କୁ ଅଟକ ରଖିଛି। ବଲାଙ୍ଗୀର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ଝଲିଆଲିଟି ଛକ ନିକଟରେ ପୋଲିସ ପେଟ୍ରୋଲିଂ ସମୟରେ କନ୍ଧମାଳ ରୁ ନୂଆପଡା ଜିଲ୍ଲାର କୋମନା କୁ ଗଞ୍ଜେଇ ଚାଲାଣ ହେଉଥିବା ଲାଠୋର ଥାନାଧିକାରୀ ରାକେଶ ବେହେରା ଖବର ପାଇଥିଲେ ।  

ଖବର ପାଇ ସଙ୍ଗେ ସଙ୍ଗେ ଏକ ଟିମ ଗଠନ କରି  ଚଢ଼ାଉ କରାଯାଇ ୧୩ କ୍ୱିଣ୍ଟାଲ ୧୯କେଜି  ଗଞ୍ଜେଇ ସହ ଗୋଟିଏ ପିକ୍‌ଅପ ଭ୍ୟାନ ଓ ଦୁଇଟି ବାଇକ  କୁ ଜବତ କରିଛି । କିନ୍ତୁ ଚଢ଼ାଉ ବେଳେ ପିକଅପ ଗାଡିର ଡ୍ରାଇଭର  ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା  ସୂଚନା ମିଳିଛି । ବର୍ତମାନ ଲାଠୋର ପୋଲିସ ଘଟଣା ର ଅଧିକ ତଦନ୍ତ ଜାରି ରଖିଛି। 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: