ଜଙ୍ଗଲ ବିଭାଗ ପକ୍ଷରୁ ୧୩୨ଟି କେନ୍ଦୁଗଣ୍ଡି ଜବତ
·2 years ago

ବଲାଙ୍ଗିର: ଲେବଡା ଅଞ୍ଚଳରୁ ଜଙ୍ଗଲ ବିଭାଗ ପକ୍ଷରୁ ୧୩୨ଟି କେନ୍ଦୁଗଣ୍ଡି ଜବତ। ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜ ସଦର ଫରେଷ୍ଟ ବିଟ ଅନ୍ତର୍ଗତ ଲେବଡା ପଞ୍ଚାୟତରେ ଥିବା ଏକ ଗୋଚରରେ ଚାଷ ଜମିର ପାଳଗଦାରେ ଲୁଚାଇ ରଖାଯାଇଥିବା ୧୩୨ ଖଣ୍ଡ ମୂଲ୍ୟବାନ କେନ୍ଦୁଗଣ୍ଡି। ଜଙ୍ଗଲ ବିଭାଗ ପକ୍ଷରୁ ଚଢାଉ କରି ଜବତ କରାଯାଇଛି ।
ଏହି ସ୍ଥାନକୁ ଏତେ ସଂଖ୍ୟକ କେନ୍ଦୁଗଣ୍ଡି ନେଇ କିଏ ଗଚ୍ଛିତ କରି ରଖିଥିଲା ତାହାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏଥିରେ ବଡ ବଡ ଚୋରା ଚାଲାଣକାରୀମାନେ ସାମିଲ ହୋଇଥିବା ସନ୍ଦେହ କରାଯାଉଛି। ଏହି ଚୋରା ଚାଲାଣ କାରୀମାନେ ସବୁବେଳେ ଜଙ୍ଗଲ ବିଭାଗ ଆଖିରେ ଧୂଳି ଦେଇ ବାରମ୍ବାର ଫେରାର ହୋଇଯାଉଛନ୍ତି । ଜବତ ସମସ୍ତ କେନ୍ଦୁଗଣ୍ଡିକୁ ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଥିଲା ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: