ବୁତେଡି ଜଙ୍ଗଲରୁ ୧୩୨କେଜି ଗଞ୍ଜେଇ ଜବତ
·2 years ago·1 min read

ଅର୍ଗସ ବ୍ୟୁରୋ: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ପୋଲିସ କୁ ମିଳିଛି ଏକ ବଡ଼ ସଫଳତା, ଏହି ଥାନା ଅଞ୍ଚଳ ର ସରାମୂଳି ପଞ୍ଚାୟତର ବୁତେଡି ଜଙ୍ଗଲରେ ଚଢ଼ାଉ କରି ୧୩୨ କେଜି ଗଜେଇ ଜବତ କରାଯାଇଛି।
କୌଣସି ସୂତ୍ରରୁ ଖବର ପାଇ କନ୍ଧମାଳ ଏସ ପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଥାନା ଅଧିକାରୀ ଚିରଞ୍ଜିବ ବେହେରାଙ୍କ ନେତୃତ୍ୱରେ ସବ ଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି, ସଶସ୍ତ୍ର ପୋଲିସ ବାହିନୀ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ କରିବା ସମୟରେ ବୁତେଡି ଜଙ୍ଗଲରୁ ଉକ୍ତ ଗଞ୍ଜେଇ ଜବତ କରିଥିବା ବେଳେ ଏହାର ଆନୁମାନିକ ବଜାର ଦର ପ୍ରାୟ ୩ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଏ ନେଇ ଥାନାରେ ଏକ ମାମଲା (ନଂ. ୮୭/୨୦୨୪) ରୁଜୁ କରି ଥିବା ନେଇ ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ତେବେ ଅଭିଯୁକ୍ତ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ସେମାନଙ୍କୁ ଗିରଫ କରିବାପାଇଁ ତନାଘନା ଜାରି ରଖିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର