Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପଦୋନ୍ନତି ଦାବିରେ  ଛୁଟିରେ ଯାଇଛନ୍ତି ରାଜ୍ୟର ୧୩୩୨ ପ୍ରାଣୀ ଚିକିତ୍ସକ

Banajyotshna Ray
Browse all articles by Banajyotshna Ray
·2 years ago
ପଦୋନ୍ନତି ଦାବିରେ  ଛୁଟିରେ ଯାଇଛନ୍ତି ରାଜ୍ୟର ୧୩୩୨ ପ୍ରାଣୀ ଚିକିତ୍ସକ

ଅର୍ଗସ ବ୍ୟୁରୋ:  ସମୂହ ଛୁଟିରେ ପ୍ରାଣୀ ଚିକିତ୍ସକ । ଦୀର୍ଘ ଦିନରୁ ସରକାର ପ୍ରାଣୀ ଚିକିତ୍ସକଙ୍କର ବିଭିନ୍ନ ସମସ୍ୟା ପ୍ରତି କର୍ଣ୍ଣପାତ କରୁନଥିବାରୁ ବାଧ୍ୟ ହୋଇ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି । ଫଳରେ ପ୍ରାଣୀ ଚିକିତ୍ସା ଠପ୍ ହୋଇଯାଇଛି । ପଦୋନ୍ନତି ଦାବିରେ  ଛୁଟିରେ ଯାଇଛନ୍ତି ରାଜ୍ୟର ୧୩୩୨ ପ୍ରାଣୀ ଚିକିତ୍ସକ । ଫଳରେ ରାଜ୍ୟର ୫୪୭ଟି ପ୍ରାଣୀ ଚିକିତ୍ସାଳୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ସରକାରଙ୍କ ପକ୍ଷରୁ ପ୍ରାଣୀ ଚିକିତ୍ସକମାନଙ୍କ ସହ ଆଲୋଚନା କରାଯାଇ ନଥିବାରୁ ଆଗକୁ ଆହୁରି ସଙ୍ଗୀନ୍ ସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । କଟକରୁ ଜଗତସିଂହପୁର, ଭଦ୍ରକରୁ ଯାଜପୁର ସବୁଠି ଆନ୍ଦୋଳନ କରୁଛନ୍ତି ପ୍ରାଣୀ ଚିକିତ୍ସକ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
1332 veterinarians of the state have gone on leave demanding promotion | Argus News