Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ପାଠ ପଢ଼ା ବୟସରେ ପୁଅ ସାଜିଛି ବାପାର ବଇଦ

Odisha

ପାଠ ପଢ଼ା ବୟସରେ ପୁଅ ସାଜିଛି ବାପାର ବଇଦ

Arpita Mohanty
Browse all articles by Arpita Mohanty
·2 years ago·2 min read
ପାଠ ପଢ଼ା ବୟସରେ ପୁଅ ସାଜିଛି ବାପାର ବଇଦ

ଅର୍ଗସ ବ୍ୟୁରୋ : ଘରର ମେରୁଦଣ୍ଡ କହିଲେ ବାପା। ବାପା ଥିଲେ ଛୁଆକୁ ବା ଆଉ କାହାର ଡର। ବାପା ନିଜେ ଖାଆନ୍ତୁ ନଖାଆନ୍ତୁ ଆଗ ନିଜ ପରିବାରର ପେଟ ପୋଷନ୍ତି। ସେହି ବାପା ଆଜି ପରିବାର ପାଇଁ ବୋଝ ହେଇଯାଇଛନ୍ତି । ଦିନେ ଯିଏ ପରିବାରର ପ୍ରତିପୋଷଣ କରୁଥିଲା ଆଜି ସିଏ ଅକାମ୍ୟ ହୋଇଯାଇଛନ୍ତି। ଇଏ ହେଉଛନ୍ତି କୁଲିଦl ଗ୍ରାମର ସୁଜିତ କୁମାର ଘଡେ଼ଇ। ସେ ଅସ୍ଥାୟୀ ଭାବେ ବିଦ୍ୟୁତ ବିଭାଗରେ ଚାକିରୀ କରିଥିଲେ କିନ୍ତୁ ୪ବର୍ଷେ ପୂର୍ବେ ବିଦ୍ୟୁତ ଖୁଣ୍ଟିରେ ଚଢ଼ି ବିଦ୍ୟୁତ କାମ କରୁଥିଲା ବେଳେ ହଟାତ ତଳକୁ ଖସି ତାଙ୍କର ମେରୁଦଣ୍ଡ ମାଡ଼ ହୋଇଯାଇଥିଲା । ପରିବାର ଲୋକେ ପ୍ରଥମେ ବାଲେଶ୍ୱର ପରେ ଭୁବନେଶ୍ୱର ଏମ୍ସ ହସପିଟାଲକୁ ନେଇ ଚିକିତ୍ସା କରାଇଥିଲେ କିନ୍ତୁ ଅପରେସନ ପାଇଁ ସୁବିଧା ନ ମିଳିବାରୁ ହାଇଟେକ ହସପିଟାଲରେ ଭର୍ତ୍ତି କରିଥିଲେ l ତାଙ୍କ ଅପରେସନ ବାବଦକୁ ୫ଲକ୍ଷ ଟଙ୍କା ଖର୍ଛ ହେବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଥିଲେ lସମସ୍ତ ସୁନାଗହଣା ଓ ଜମି ବିକ୍ରି କରି ତାଙ୍କର ଅପରେସନ କାରାଯାଇଥିଲା ।

ଅପରେସନର କିଛି ଦିନ ପରେ ସୁଜିତ ପରିବାର ଓ ବନ୍ଧୁ ସହିତ ନିଜର ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ହସ୍ପିଟାଲକୁ ଯାଉଥିବା ବେଳେ ପୁଣିଥରେ ଏକ ଦୁର୍ଘଟଣlର ଶୀକାର ହୋଇଥିଲେ। ଦୁର୍ଘଟଣାରେ ସମସ୍ତେ ଗୁରୁତର ଆହତ ହେଇ ଘରକୁ ଫେରିଥିଲେ । ଚିକିତ୍ସା ଅଭାବରୁ ଘରେ ଦୀର୍ଘ ଦିନ ବେଡ଼ ଉପରେ ପଡ଼ିଥିବାରୁ ତାଙ୍କୁ ବେଡ଼ ସୋ ହୋଇ ଦେହ ସବୁ ଘା ହୋଇଥିଲା । ବାରମ୍ବାର ଏବାବଦରେ ସ୍ଥାନୀୟ ବିଡ଼ିଓ ଠାରୁ ଆରମ୍ଭ କରି ସ୍ଵାସ୍ଥ୍ୟ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ଥିଲେ ମଧ୍ୟ କୌଣସି ସହାୟତା ଏ ପର୍ଯ୍ୟନ୍ତ ମିଳି ନାହିଁ ବୋଲି ଅଭିଯୋଗ କରିଛନ୍ତି ।

ସୁଜିତଙ୍କ ପରିବାର କହିଲେ ସ୍ତ୍ରୀ,ପୁଅ ଏବଂ ମା । ଗୋଟିଏ ବୋଲି ପୁଅ ଅଷ୍ଟମ ଶ୍ରେଣୀରେ ପାଠ ପଡୁଛି। ଯେଉଁ ବୟସରେ ପାଠ ପଢ଼ା ସହ ଖେଳକୁଦ କରିବା କଥା ସେହି ବୟସରେ ଟଙ୍କା ଅଭାବରୁ ଚିକିତ୍ସା କରାଇ ନପାରି ସକାଳେ ସନ୍ଧ୍ୟାରେ ତାଙ୍କର ଫିଜିଓ ଥେରାପିରେ ମଗ୍ନ ରହୁଛନ୍ତି । ଖାଲି ସେତିକି ନୁହେଁ ନିଜ ବାପାର ମେଡ଼ିସିନ ପାଇଁ ସାହିପଡିସାରୁ ମାଗିଜାଚି ଚିକିତ୍ସା କରୁଛନ୍ତି । ସ୍ୱାମୀର ଚିକିତ୍ସା ପାଇଁ ବାର ଦୁଆର ହେଉଛନ୍ତି ସ୍ତ୍ରୀ ମମତା । କେତେବେଳେ ନେତା ମନ୍ତ୍ରୀ ତ କେତେବେଳେ ବଡ଼ ଅଫିସରଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଛନ୍ତି। ହେଲେ ଚାରିଆଡୁ ନିରାଶ ହେବା ପରେ ଏବେ ଅର୍ଗସ ଜରିଆରେ ସାଧାରଣ ଲୋକଙ୍କଠାରୁ ସାହାଯ୍ୟ ମାଗିଛନ୍ତି l

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର

Sponsored
father | Argus News