Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାଟଣାଗଡ଼ ବନ ଖଣ୍ଡରେ ୧୪ଟିକିଆ ହାତୀ ଉପଦ୍ରବ

Odisha

ପାଟଣାଗଡ଼ ବନ ଖଣ୍ଡରେ ୧୪ଟିକିଆ ହାତୀ ଉପଦ୍ରବ

Ritu Das
Browse all articles by Ritu Das
·2 years ago·1 min read
ପାଟଣାଗଡ଼ ବନ ଖଣ୍ଡରେ ୧୪ଟିକିଆ ହାତୀ ଉପଦ୍ରବ

ଅର୍ଗସ ବ୍ୟୁରୋ: ପାଟଣାଗଡ଼ ବନ ଖଣ୍ଡର ଦନ୍ଦ୍ରାବାହାଲ ଗାଁରେ ୧୪ ଟିକିଆ ହାତୀପଲ ଆସି ଉପଦ୍ରବ କରିବା ଫଳରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଛି। ପାହାନ୍ତିଆରୁ ଆସି ଏକ କଦଳୀ ବଗିଚାରେ ପଶି  ସମସ୍ତ କଦଳୀ ଗଛ  ମାଡି ଦେବା ଫଳରେ ସମ୍ପୂର୍ଣ ନଷ୍ଟ ହେବା ସଙ୍ଗେ ସଙ୍ଗେ ବ୍ୟାପକ କ୍ଷତି ହୋଇଥିବା ଜଣାପଡିଛି। 

ପାଟଣାଗଡ଼ ବନଖଣ୍ଡ ସୀମାନ୍ତ ଆମ୍ବଦର୍ହ ଓ ସଇଁନ୍ତଲା ଗୁଦ୍ରାମୁଣ୍ଡା ପଟୁ ଆସି ଥିବାବେଳେ। ଏକ ଘରର ବାରିପଟେ ଥିବା କଦଳୀ ଗଛକୁ ମୋଡି ଭାଙ୍ଗି ଦେଇଥିବା ଜଣାପଡିଛି। ବର୍ତ୍ତମାନ ହାତୀ ନିକଟସ୍ଥ ଜଙ୍ଗଲପଟୁ ପାର୍ ହୋଇ " ମଘାମରା ଗାଁ ପଟକୁ ମୁହାଇଁ ଚାଲିଯାଇଥିବା ଜଣାପଡିଛି ହାତୀର ଯାତାୟାତରେ ସୁରକ୍ଷିତ ଥିବା ଜଣାପଡିଥିବା ବେଲେ ପାଟଣାଗଡ ବନବିଭାଗ ପକ୍ଷୁରୁ  ଉକ୍ତ ଗାଁକୁ ଯାଇ ହାତୀପଲ ଉପରେ ନଜର ରଖିଛନ୍ତି । ଘଟଣା ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲା। କିନ୍ତୁ ଯୋଗାଯୋଗ ସମ୍ଭବ ହୋଇ ପାରି ନ ଥିଲା। ବନ ବିଭାଗ ତରଫରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
14 group | Argus News