|
logo
Live

Argus News - ସମଲେଇ ପ୍ରକଳ୍ପରେ ବି ଅଣଓଡିଆ ଠିକାଦାରଙ୍କ ରାଜୁତି

Odisha

ସମଲେଇ ପ୍ରକଳ୍ପରେ ବି ଅଣଓଡିଆ ଠିକାଦାରଙ୍କ ରାଜୁତି

Banajyotshna Ray
Browse all articles by Banajyotshna Ray
·2 years ago·2 min read
ସମଲେଇ ପ୍ରକଳ୍ପରେ ବି ଅଣଓଡିଆ ଠିକାଦାରଙ୍କ ରାଜୁତି
  • ଓଡିଶାରେ ଓଡିଆ ଠିକାଦାରଙ୍କୁ ଅଣଦେଖା
  • ସମଲେଇ ପ୍ରକଳ୍ପରେ ବି ଅଣଓଡିଆ ଠିକାଦାରଙ୍କ ରାଜୁତି
  • ଅର୍ଗସ ହାତରେ ଲାଗିଲା EXCLUSIVE ଦସ୍ତାବିଜ୍
  • ତାମିଲନାଡୁର କମ୍ପାନୀକୁ ମାଲେମାଲ କରିବାକୁ 140 କୋଟିର ଡିଲ୍ 
  • ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଲେ ରାଜ୍ୟ ଠିକାଦାର ସଙ୍ଘ
  • 4200 କୋଟିର ପରିକ୍ରମା ପ୍ରକଳ୍ପକୁ ବି ଅଣ ଓଡିଆଙ୍କୁ ଟେକି ଦେଇଥିଲେ ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ମନ୍ଦିର ଓଡିଶାର । ଓଡିଆଙ୍କ ଝାଳ ବୁହା ଟଙ୍କା । କିନ୍ତୁ ଲାଭ ନେଇଗଲେ ଅଣ ଓଡିଆ ତାମିଲ ଠିକାଦାର । ଏ କଥା ଆମେ କହୁନୁ ବରଂ ଖୋଦ୍ ରାଜ୍ୟ ସରକାରଙ୍କ ଦସ୍ତାବିଜ୍ କହୁଛି । ନଜର ପକାନ୍ତୁ ଅର୍ଗସ ହାତରେ ଲାଗିଥିବା ଏହି EXCLUSIVE ଦସ୍ତାବିଜ୍ ଉପରେ । ଦସ୍ତାବିଜ୍ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିବା ପଶ୍ଚିମଓଡିଶାର ଆରାଧ୍ୟ ଦେବୀ ମା ସମଲେଇଙ୍କ ପ୍ରକଳ୍ପ କାର୍ଯ୍ୟରେ ବି ରହିଥିଲା ଅଣ ଓଡିଆ ତାମିଲ ଠିକାଦାରଙ୍କ ରାଜୁତି । 200 କୋଟି ଟଙ୍କାର ସମଲେଇ ପ୍ରକଳ୍ପରୁ 140 କୋଟି ଟଙ୍କାର କାମ କରିଥିଲା ତାମିଲନାଡୁର ୟୁଆରଏସ୍ କନଷ୍ଟ୍ରକସନ୍ ପ୍ରାଇଭେଟ୍ ଲାମିଟେଡ୍ । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ତାମିଲନାଡୁର ଏହି କମ୍ପାନୀ ସମଲେଇ ପ୍ରକଳ୍ପ ପାଇଁ ତାର ସୋସିଆଲ୍ ମିଡିଆରେ ରାଜ୍ୟ ସରକାର କି ମୁଖ୍ୟମନ୍ତ୍ରୀଙ୍କ ବଦଳରେ ଭି.କେ ପାଣ୍ଡିଆନ୍ ଙ୍କୁ କୃତଜ୍ଞତାରେ ପୋତିପକାଇଛି । ତେବେ ରାଜ୍ୟରେ ଅନେକ ବଡ ବଡ ଓଡିଆ ଠିକାଦାର ଥିବା ସତ୍ତ୍ବେ ରାଜ୍ୟ ସରକାର କାହିଁକି ପ୍ରତ୍ୟକ ପ୍ରକଳ୍ପ ଅଣ ଓଡିଆ ଠିକାଦାର ହାତକୁ ଟେକି ଦେଉଛନ୍ତି ବୋଲି ପ୍ରଶ୍ନ ଉଠାଇବା ସହ କମିଶନି କାରବାରର ଗନ୍ଧ ବି ବାରିଛି ରାଜ୍ୟ ଠିକାଦାର ସଙ୍ଘ ।

ସେପଟେ ପରିକ୍ରମା ପ୍ରକଳ୍ପଠୁ ନେଇ ସମଲେଇ କିମ୍ବା ରାଜ୍ୟର ବଡ ବଡ ପ୍ରକଳ୍ପ ଓଡିଆ ଠିକାଦାରଙ୍କ ବଦଳରେ ଅଣଓଡିଆ ଠିକାଦାରଙ୍କୁ ମିଳିବା ଅନେକ ଅସମାହିତ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଚର୍ଚ୍ଚା ହେଉଛି ପ୍ରକଳ୍ପ ସବୁକୁ ଅଣଓଡିଆ ଠିକାଦାରଙ୍କୁ ଟେକିଦେବା ପଛରେ ରହିଛି କମିଶନି କାରବାର । ୟେଉଁଥିରେ କିଛି ମୁଷ୍ଟିମେୟ କେଳେଙ୍କାରିଆ ନେତାଙ୍କୁ ସାହାଯ୍ୟ କରୁଛନ୍ତି ଜଣେ କରିତକର୍ମା ବାବୁ । ଓବିସିସିର ପରିଚାଳନା ନିର୍ଦେଶକ ଥିବା ଏହି କରିତକର୍ମା ବାବୁ ଜୟ କୃଷ୍ଣ ଦାସ କାଳେ ଏମିତି କମିଶନି ଯୋଗାଇ ଦେଉଛନ୍ତି ଯେ ରାଜ୍ୟ ସରକାର ତାଙ୍କୁ ଛାଡିବାକୁ ନାରାଜ । ଅବସର ପରେ ବି 4 ବର୍ଷ ହେବ କରିତକର୍ମା ବାବୁ ଜୟକୃଷ୍ଣ ଦାସଙ୍କ ଚାକିରି ସମୟ ସମ୍ପ୍ରସାରଣ କରିଚାଲିଛି ରାଜ୍ୟ ସରକାର । ତେବେ ପରିକ୍ରମା ପ୍ରକଳ୍ପ ପରେ ସମଲେଇ ପ୍ରକଳ୍ପ ବି ଅଣଓଡିଆ ଠିକାଦାରଙ୍କୁ ଟେକିଦେବାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଥିବା ବେଳେ ଜବାବ ରଖିଛି ବିଜେଡି ।

କେବଳ ଏତିକି ନୁହେଁ ବିଜେଡି ସରକାରକୁ କେପରି ଅଣ ଓଡିଆ ପ୍ରୀତି ଘାରିଛି ତାହାର ବଡ  ଉଦାହରଣ ଜଗନ୍ନାଥଙ୍କ ପିରକ୍ରମା ପ୍ରକଳ୍ପ । ଦେଖନ୍ତୁ କିପରି 4200 କୋଟି ଟଙ୍କାର ପ୍ରକଳ୍ପ ସବୁକୁ ଓଡିଆ ଠିକାଦାର ବଦଳରେ ଅଣଓଡିଆ ଠିକାଦାରଙ୍କୁ ଟେକି ଦେଇଥିଲେ ରାଜ୍ୟ ସରକାର । ପ୍ରଶ୍ନ ରାଜ୍ୟର କାରିଗର ଅଯୋଧ୍ୟାରେ ରାମ ମନ୍ଦିର ତିଆରି ଠୁ ନେଇ ବଡ ବଡ ପ୍ରତଳ୍ପ କାମ କରୁଥିବା ବେଳେ ରାଜ୍ୟ ସରକାର କାହା ସ୍ବାର୍ଥରେ ଓଡିଆଙ୍କ ଝାଳବୁହା ଟଙ୍କାକୁ ଅଣଓଡିଆ ତାମିଲ ଠିକାଦାରଙ୍କୁ ଟେକି ଦେଉଛନ୍ତି ? 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Sponsored
ସମଲେଇ ପ୍ରକଳ୍ପରେ ବି ଅଣଓଡିଆ ଠିକାଦାରଙ୍କ ରାଜୁତି | Argus News