Videos
|
Odisha

୧୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ

Ritu Das
Browse all articles by Ritu Das
·2 years ago·1 min read
୧୪୦ କେଜି ଗଞ୍ଜେଇ ଜବତ, ୩ ଗିରଫ

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ଅବକାରୀ ବିଭାଗ ଓ ମୋବାଇଲ ଟିମ ସ୍ଥାନୀୟ ହାଇସ୍କୁଲ ପଡ଼ା ନିବାସୀ ଚନ୍ଦନ ଦାସଙ୍କ ଘରେ ଚଢ଼ାଉ କରି ୧୨୦ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଏଠାରୁ ୨୦ କେଜି 600 ଗ୍ରାମ ଗଞ୍ଜେଇ ନେଇ ରେଳଷ୍ଟେସନକୁ ଯାଉ ଥିବା 2 ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛି। 

ସୂଚନା ଅନୁଯାୟୀ, ମହାରାଷ୍ଟ୍ର କରଞ୍ଜା ନିବାସୀ ଓମପ୍ରକାଶ ରାମେଶ୍ଵର ରାଓ ନସାରେ (୧୯) ଓ ସାହିଲ ଅଶୋକ ରାଓ ସାରୋଡ଼େ (୧୯) ହାଇସ୍କୁଲ ପଡ଼ା ନିବାସୀ ଚନ୍ଦନ ଦାସଙ୍କଠାରୁ ଗଞ୍ଜେଇ ଆଣି ମହାରାଷ୍ଟ୍ରକୁ ଚାଲାଣ ପାଇଁ ଯୋଜନା କରୁଥିଲେ। ଏହି ସମୟରେ ଅବକାରୀ ଟିମ୍ କୌଣସି ସୂତ୍ରରୁ ଖବରପାଇ ଚଢ଼ାଉ କରିଥିଲା। ତେବେ ମୋଟ ୧୪୦ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ଉକ୍ତ ୩ ଜଣକୁ ଗିରଫ କରାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। 

ସେହିପରି ଅଭିଯୁକ୍ତ ଚନ୍ଦନଙ୍କ ମା' ଚେତାବନୀ ଦାସ ଫେରାର ମାରିଥିବା ଅବକାରୀ ଥାନା ଅଧିକାରୀ ଆଶିଷ ବେହେରା ସୂଚନା ଦେଇଛନ୍ତି। ସମସ୍ତ ଅଭିଯୁକ୍ତଙ୍କୁ ଆସନ୍ତାକାଲି କୋର୍ଟଚାଲାଣ କରାଯିବ ବୋଲି ସେ କହିଛନ୍ତି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: