|
logo
Live

Argus News - ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ

Odisha

ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ

Smruti Parija
Browse all articles by Smruti Parija
·2 years ago·1 min read
ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ

ମୟୂରଭଞ୍ଜ: ବେଆଇନ ଭାବେ ଚାଲିଥିଲା ବାଲି ଉତ୍ତୋଳନ । ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ । ଯାହା ଉପରେ ଆଜି ରୋକ୍ ଲଗାଇଛି ପ୍ରଶାସନ । ଆଜି ଉକ୍ତ ବାଲି ଖାଦାନ ଉପରେ ଜାରି ହୋଇଛି ୧୪୪ ଧାରା । ଉଦଳା ତହସିଲ ଅଧିନ ତେଲଦିହୁଡି ଠାରେ ପ୍ରବାହିତ ସୋନ ନଦୀର ତେଲଦିହୁଡି ଘାଟରେ ଚାଲିଥିଲା ବେଆଇନ ବାଲି ଖାଦାନ । ବିନା କୌଣସି ଅନୁମତିରେ ମାଫିଆମାନେ ସକ୍ରିୟ ହୋଇ ନଦୀରୁ ପ୍ରତିଦିନ ଶହ ଶହ ଟ୍ରିପ୍ ବାଲି ଚୋରି କରୁଥିଲେ । 

ଯାହାକୁ ନେଇ ଉଦଳା ତହସିଲଦାରଙ୍କ ନିକଟରେ ଅଭିଯୋଗ ହେବା ପରେ ଆଜି ଉକ୍ତ ବାଲିଘାଟରେ ୧୪୪ ଧାରା ଜାରି କରିଛି ତହସିଲ ପ୍ରଶାସନ । ତହସିଲଦାର ସତ୍ୟଜିତ୍ ମହାନ୍ତି ପୋଲିସ୍ ପ୍ରଶାସନ ଉପସ୍ଥିତିରେ ଉକ୍ତ ବାଲିଘାଟରେ ୧୪୪ ଧାରା ଜାରି କରିଥିଲେ । ଉକ୍ତ ବାଲିଘାଟର ସୀମା ନିର୍ଦ୍ଧାରଣ କରିବା ସହିତ ନାଲି ପତାକା ପୋତିଛି ତହସିଲ ପ୍ରଶାସନ ।  ତା ସହ ଏହି ବାଲିଘାଟ ସରକାରଙ୍କ ସମ୍ପତ୍ତି । ଏହାକୁ ଲୁଟ୍ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଫଳକ ମଧ୍ୟ ଲଗାଯାଇଛି । ଅଚାନକ ଭାବେ ତହସିଲଦାରଙ୍କ ଏପରି ଆକ୍ସନ ଦେଖି ମାଫିଆମାନେ ଏବେ ପୁରା ଛାନିଆ ।

ଆହୁରି ପଢନ୍ତୁ ଓଡିଶା ଖବର... 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ବିନା କୌଣସି ପରମିଟରେ ଚାଲିଛି ଦିନ ରାତି ବାଲି ଉତ୍ତୋଳନ | Argus News