Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା

Smruti Parija
Browse all articles by Smruti Parija
·2 years ago·1 min read
ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା

ଭଦ୍ରକ: ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲାରେ ଲାଗୁ ହେଲା 144 ଧାରା । ଆଜି ସଂଧ୍ୟା 6 ଟାରୁ ଆରମ୍ଭ ହୋଇ ଜୁନ 2 ତାରିଖ ସକାଳ 6 ଟା ପର୍ଯ୍ୟନ୍ତ ଜାରି ରହିବ 144 ଧାରା ।  

ସେପଟେ ପରାଜୟ ଭୟରେ ରକ୍ତମୁଖା ସାଜିଛି ବିଜେଡି । ବାସୁଦେବପୁର କରଞ୍ଜମାଳ ଧାନକୁଟା ଛକରେ ରାଜ୍ୟ BJP ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ । ସ୍ଥାନୀୟ BJD ନେତା ରମେଶ ନାୟକ ଓ ତାଙ୍କ ସମର୍ଥକମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଧାମରା ୭ ପଞ୍ଚାୟତର BJD ସଭାପତି ଅଛନ୍ତି BJD ନେତା ରମେଶ ନାୟକ । ଦୁଇଟି ଗାଡ଼ି ଭାଙ୍ଗି ରୁଜି ଯାଇଥିବାବେଳେ ୭ ରୁ ଅଧିକ ବିଜେପି ଯୁବ ମୋର୍ଚ୍ଚା କର୍ମୀ ଆହତ ହୋଇଛନ୍ତି । 

ଧାନକୁଟା ଛକ ନିକଟରେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ସହ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁଜିତ ସିଂଙ୍କୁ ବିଜେଡି ଦଳର ନେତା ରମେଶ ନାୟକ, ତାଙ୍କ ଭାଇ ଓ ସମର୍ଥକ ମରଣାଆତ୍ମକ ଆକ୍ରମଣ କରିଥିଲେ । ଅଭିଳାଷଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଧାମରା ମେଡିକାଲ ପରେ ବସୁଦେବପୁର ସ୍ଥାନାନ୍ତର କରାଯାଇଛି । ବିଜେପି କର୍ମୀଙ୍କ ପକ୍ଷରୁ ଅଭିଯୁକ୍ତ ମାନଙ୍କୁ ଗିରଫ ଦାବୀ କରି କରଞ୍ଜମାଳ ଛକରେ ରାସ୍ତାରୋକ କରାଯାଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
144-imposed-in-bhadrak-before-fourth-phase-election | Argus News