୧୪୭ବର୍ଷର ପୁରୁଣା ସ୍କୁଲ ଅବହେଳିତ

ଅର୍ଗସ ବ୍ୟୁରୋ: ଅବ୍ୟବସ୍ଥା ମଧ୍ୟରେ ପଡ଼ିରହିଛି ସଦର ମହକୁମା ସ୍ଥିତ ବହୁ ପୁରାତନ ପ୍ରାଥମିକ ବିଦ୍ୟାଳୟ। ଝରୀଗାଁର ଏହି ବିଦ୍ୟାଳୟ ଟି 1877 ମସିହାରେ ପ୍ରତିଷ୍ଠା ହୋଇଥିବା ବେଳେ 147ବର୍ଷର ଏହି ବିଦ୍ୟାଳୟ ଟି ସ୍ଥାନୀୟ ନେତା ଏବଂ ପ୍ରଶାସନ କାହାର ଵି ନଜର ପଡୁନଥିବା ଏହାର ବାସ୍ତବ ଚିତ୍ର କହୁଛି , ଏ ହେଉଛି ବିଦ୍ୟାଳୟରେ ଥିବା ହଷ୍ଟେଲ ଗୃହ, ଆଉ ଏହାର ସ୍ଥିତି ନ କହିବା ଭଲ ଏଠାରେ ଥିବା ୪୦ ଶଯ୍ୟା ବିଶିଷ୍ଠ ଛାତ୍ରାବାସ ଯାହାକି ସମ୍ପୂର୍ଣ୍ଣ ଭଙ୍ଗା ଦଦରା ଅବସ୍ଥାରେ ପଡ଼ିରହିଛି। ନା କେବେ ରଙ୍ଗ ମରାହୋଇଛି ନା କେବେ ସୌନ୍ଦର୍ଯ୍ୟକରଣ କରାଯାଇଛି। ସେଇ ଭଙ୍ଗା ହଷ୍ଟେଲ ଗୃହରେ ସଢୁଛନ୍ତି 38ଜଣ ଆଦିବାସୀ ଛାତ୍ର।
ଏଠି ସବୁଠୁ ଗୁରୁତର ହେଉଛି ପାଣି ସମସ୍ୟା। ଏହି ବିଦ୍ୟାଳୟକୁ ସବୁବେଳେ ପାଣିର ସମସ୍ୟା ଲାଗିରହିଛି। ଡ୍ରେନେଜ ଅଭାବରୁ ବର୍ଷା ଦିନ ହେଲେ ସ୍କୁଲ ଭିତରେ ଆଣ୍ଠୁଏ ପାଣିରେ ପିଲାମାନେ ଯିବାଆସିବା କରୁଥିବା ବେଳେ ବର୍ଷତମାମ ସ୍କୁଲ ମଧ୍ୟରେ ଥିବା ଗୋଟିଏ ନଳକୂପ ପିଲାଙ୍କ ଗାଧୁଆ ଠାରୁ ଆରମ୍ଭ କରି ରୋଷେଇ ଲାଗି ବ୍ୟବହୃତ ହେଉଛି। ତା ଛଡା ସ୍କୁଲରେ ରହିଛି ବ୍ୟବହାର ଯୋଗ୍ୟ କେବଳ ଗୋଟିଏ ପାଇଖାନା। ଏଭଳି ଅବ୍ୟବସ୍ଥାକୁ ନେଇ ଏବେ ଚିନ୍ତାରେ ଅଭିଭାବକ
ଏଭଳି ଅନେକ ସମସ୍ୟାରେ ଜୁଡୁବୁଡୁ ତଥା ଅବହେଳିତ ହୋଇ ପଡିରହିଥିବା ଏହି ଏକ୍ସ ବୋର୍ଡ ପ୍ରାଥମିକ ବିଦ୍ୟାଳୟକୁ ନେଇ ସ୍ଥାନୀୟ ଲୋକେ କ୍ଷୋଭ ପ୍ରକାଶ କରିଛନ୍ତି, ଅଧିକାରୀଙ୍କୁ କୁହାଯାଉଛି ହେଲେ ଆଜି ସୁଦ୍ଧା କାହାର ଦୃଷ୍ଟି ପଡୁ ନ ଥିବା ଏବଂ ଶିକ୍ଷା ପ୍ରତି ସରକାରଙ୍କ ଦୃଷ୍ଟିକୋଣର ଅଭାବ ହେତୁ ବିଦ୍ୟାଳୟଟି ଏଭଳି ପଡିରହିଥିବା ନେଇ କୁହାଯାଉଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର