Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପ୍ରଥମଥର ପାଇଁ ମତଦାନ କରିବେ ୧୫ ପରିବାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ପ୍ରଥମଥର ପାଇଁ ମତଦାନ କରିବେ ୧୫ ପରିବାର

ଅର୍ଗସ ବ୍ୟୁରୋ:  ଦୀର୍ଘ ୧୫ ବର୍ଷର ସଂଘର୍ଷ ପରେ ପ୍ରଥମ ଥର ପାଇଁ ଭୋଟ କାର୍ଡ ପାଇଛନ୍ତି ଦନ୍ତାରିନାଳର । ୧୫ ପରିବାର   ପ୍ରଥମ ଥର ପାଇଁ ନିଜର ମତଦାନ କରିବେ l ଏବେ ନିଜର ମନ ପସନ୍ଦ ପ୍ରାର୍ଥୀକୁ ଭୋଟ ଦେଇ ନିର୍ବାଚିତ କରିବେ ଏ ନେଇ ଯେତିକି ଖୁସି ଅଛନ୍ତି ତା ଠୁ ଅଧିକା ଦୁଃଖରେ ଅଛନ୍ତି ନିଜର ମୌଳିକ ସମସ୍ୟାକୁ ନେଇ l ଏହି ଗାଁରେ ପକ୍କା ରାସ୍ତା ନଥିବା ବେଳେ, ବିଦ୍ୟୁତ ଠାରୁ ଆରମ୍ଭ କରି ବିଶୁଦ୍ଧ ପାଣି, ଶିକ୍ଷା  ପରି ଅନେକ ମୌଳିକ ସମସ୍ୟା ରହିଛି l ହେଲେ ଏମାନଙ୍କ ସମସ୍ୟା ଶୁଣିବାକୁ କେହି ନାହାନ୍ତି l

ଗଞ୍ଜାମ ସୋରଡା ବ୍ଲକ ସିଦ୍ଧପୁର ପଞ୍ଚାୟତର ଦନ୍ତାରୀନାଳ । ଗାଁରେ ବାସ କରନ୍ତି ୧୫ ପରିବାର l ଦୀର୍ଘ ୧୫ ବର୍ଷ ପୂର୍ବେ ଏମାନେ ଗଜପତି ଓ ଗଞ୍ଜାମ କୁରୁବନ୍ଧା ଅଞ୍ଚଳରୁ ଆସି ଏଠାରେ ବସବାସ କରୁଛନ୍ତି l ମାତ୍ର ଆଜି ଯାଏଁ ଏହି ପରିବାରଙ୍କ ପାଖରେ ପହଞ୍ଚି ପାରିନି ମୌଳିକ ସୁବିଧା l ଗାଁ କୁ ରାସ୍ତା ନଥିବାରୁ ଗମନା ଗମନ ସୁବିଧା ହୋଇ ପାରୁନି l ଖାଲ ଖମା ଜମି ହୁଡ଼ା ରାସ୍ତା ଦେଇ ଗଲେ ପଡେ ଦନ୍ତାରୀନାଳ ।

ଗାଁରେ ବର୍ଷ ତମାମ ଲାଗି ରୁହେ ଜଳକଷ୍ଟ। ପାନୀୟ ଜଳ ଭାବେ ଏମାନେ ପରିତ୍ୟକ୍ତ କୂଅ ପାଣି ବ୍ୟବହାର କରୁଛନ୍ତି। ଏହି ପାଣି ପିଇ ଦେହ ଖରାପ ହଉଥିଲେ ମଧ୍ୟ ପାଣିର ବିକଳ୍ପ ନଥିବାରୁ ଏହି ପାଣି ପିଇବାକୁ ବାଧ୍ୟ ହେଉଛନ୍ତି ଅଞ୍ଚଳବାସୀ । ସେବଳି  ଗାଁରେ ବିଦ୍ୟୁତ୍ ନଥିବାରୁ ଲୋକେ ଅନ୍ଧକାର ଭିତରେ ରହୁଛନ୍ତି l ଦୀର୍ଘ 15 ବର୍ଷ ପରେ ଭୋଟ ଦେବାପାଇଁ ସୁଯୋଗ ମିଳିଛି । କିନ୍ତୁ ମିଳିନି ସରକାରୀ ସୁବିଧା। ଆଶା ଅଛି ସରକାରୀ ସୁବିଧା ମିଳିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର: 
 

Sponsored
15 families will vote for the first time | Argus News