Videos
|
Odisha

ଖାଲି ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ହେବ ପୂରଣ

Smruti Parija
Browse all articles by Smruti Parija
·2 years ago·1 min read
ଖାଲି ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ହେବ ପୂରଣ

ଭୁବନେଶ୍ୱର: ନିଯୁକ୍ତି ପାଇବେ ୧୫ ହଜାର ନୂଆ ଶିକ୍ଷକ । ଖାଲି ପଡ଼ିଥିବା ସ୍କୁଲରେ ଶିକ୍ଷକ ପଦବୀ ହେବ ପୂରଣ । ବିଭାଗ ପକ୍ଷରୁ ତିଆରି ହୋଇଛି ରୋଡ଼ ମ୍ୟାପ। ଅର୍ଗସକୁ ସାକ୍ଷାତକାର ଦେଇ ଏହା କହିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । 

ଏହା ସହ ସ୍କୁଲ ନ ଆସୁଥିବା ପିଲାଙ୍କୁ ସ୍କୁଲ ଆସିବ ପାଇଁ ଅଭିଭାବକମାନଙ୍କ ସହ ଆଲୋଚନା ହେବ। ସ୍କୁଲରେ ଡ୍ରପ ଆଉଟ ସଂଖ୍ୟା କମେଇବା ପାଇଁ ବିଭାଗ ତତ୍ପର ଅଛି। ଗ୍ରାମାଅଞ୍ଚଳର ଛାତ୍ର ଛାତ୍ରୀ ମାନଙ୍କୁ ସ୍କୁଲ ପ୍ରତି ଆଗ୍ରହ ବଢ଼େଇବା ପାଇଁ ଚେଷ୍ଟା କରାଯିବ। ପ୍ରାଥମିକ ଶିକ୍ଷକ ମାନଙ୍କର ବହୁ ଦିନର ସମସ୍ୟାର ସମାଧାନ ପାଇଁ ବ୍ୟବସ୍ଥା କରାଯିବ । 

ଶିକ୍ଷକ ଏବେ ରାଜରାସ୍ତାରେ ନୁହେଁ ବରଂ ସ୍କୁଲରେ ପାଠ ପଢେଇବାର ସର୍ବାଧିକ ନଜିର ରହିବ। ସେହପରି 5T ସ୍କୁଲରେ କଣ ହୋଇଛି ନାହିଁ ତାର ଆଲୋଚନା ହେବ। କାର୍ଯ୍ୟରେ ଦୁର୍ନୀତି ହୋଇଥିଲେ ଆକ୍ସନ ନେବ ବିଭାଗ । ଏହା ସହ ବଦଳି ପାରେ ଡ୍ରେସ କୋର୍ଡ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ର ଛାତ୍ରୀଙ୍କ ପାଠ ପଢ଼ା, ହଷ୍ଟେଲ ଓ ଅନ୍ୟନ୍ୟ ସୁବିଧା ଉପରେ ବିଭାଗ ଯାଞ୍ଚ କରୁଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: