Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Scuba Diving Record / ୧୦୦ ଫୁଟ୍ ଗଭୀର ପାଣିରେ ସ୍କୁବା ଡାଇଭିଂ କରି ରେକର୍ଡ କଲେ ୧୫ ବର୍ଷୀୟା ତିସ୍ୟା

Ritu Das
Browse all articles by Ritu Das
·7 months ago·2 min read
୧୦୦ ଫୁଟ୍ ଗଭୀର ପାଣିରେ ସ୍କୁବା ଡାଇଭିଂ କରି ରେକର୍ଡ କଲେ ୧୫ ବର୍ଷୀୟା ତିସ୍ୟା
15 Year old Girl

Key Points

୧୦୦ ଫୁଟ୍ ଗଭୀର ପାଣିରେ କମାଲ କଲେ ଓଡ଼ିଆ ଝିଅ
୧୫ ବର୍ଷୀୟ ତିସ୍ୟା ପାଣିଗ୍ରାହୀ ନିଜର ୫୦ତମ ସ୍କୁବା ଡାଇଭ୍‌ କରି ରେକର୍ଡ କରିଛନ୍ତି
ଆଉ ଏହି ରେକର୍ଡ ମାଇଲଖୁଣ୍ଟ ସ୍ଥାପନରେ ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ହେଉଛନ୍ତି ତାଙ୍କ ଦୀର୍ଘ ସମୟର ଡାଇଭ୍ ପାର୍ଟନର


ସମ୍ବଲପୁରରେ ଜନ୍ମିତ, ଦୁବାଇ ବାସିନ୍ଦା, ଓଡ଼ିଆ ସ୍କୁବା ଡାଇଭର ୧୫ ବର୍ଷୀୟ ତିସ୍ୟା ପାଣିଗ୍ରାହୀ କିଛି ଦିନ ପୂର୍ବେ ନିଜର ୫୦ତମ ଡାଇଭ୍‌ କରି ରେକର୍ଡ କରିଛନ୍ତି। ମାଳଦ୍ବୀପର 'କାଣ୍ଡୁମା ଥିଲା' ଡାଇଭ୍ ସ୍ଥଳ ରେ ତିସ୍ୟା ନିଜର ୫୦ତମ ଡାଇଭ୍ ପୁରା କରିଛନ୍ତି। ପ୍ରଖର ସ୍ରୋତ, ଗଭୀର ଜଳରାଶି ଓ ସୁଦୃଶ୍ୟ ଜଳଜୀବଙ୍କ ଆଡ୍ଡାସ୍ଥଳୀ 'କାଣ୍ଡୁମା ଥିଲା' - ମାଳଦ୍ବୀପର ଗୋଟିଏ ଜଣାଶୁଣା ଏବଂ ରୋମାଞ୍ଚକାରୀ ଡାଇଭ ସାଇଟ୍। ତାଲିମ ଦୃଷ୍ଟିକୋଣରୁ ଅତ୍ୟନ୍ତ କଠିନ ଓ ହୃଦୟସ୍ପର୍ଶୀ ସ୍ଥାନରେ ୧୦୦ ଫୁଟ ଗଭୀର ସମୁଦ୍ର ମଧ୍ୟରେ ଡାଇଭିଂ କରି ତିସ୍ୟା ତାଙ୍କର ୫୦ତମ ଡାଇଭର ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି।

ମିଡିଆ ରିପୋର୍ଟ ଓ ସାର୍ବଜନୀନ ଖବର ଅନୁସାରେ, ୧୫ ବର୍ଷ ବୟସରେ ୫୦ ଡାଇଭ୍‌ ପୂରଣ କରିଥିବା ଅନ୍ୟ କୌଣସି ଓଡ଼ିଆ ନାହାନ୍ତି, ଯାହା ତିସ୍ୟା ପାଣିଗ୍ରାହୀଙ୍କୁ ଗଭୀର ସମୁଦ୍ରରେ ୫୦ ଡାଇଭ୍‌ ପୂରଣ କରିଥିବା ସବୁଠାରୁ କନିଷ୍ଠ ଓଡ଼ିଆ ଡାଇଭର୍ ଭାବେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛି। ଏହି ଡାଇଭ୍ ଦକ୍ଷିଣ ଆଫ୍ରିକାର ସ୍କୁବା ଡାଇଭିଂ ଇନଷ୍ଟ୍ରକ୍ଟର ଲୁକାଙ୍କର ନିରୀକ୍ଷଣ ଅଧୀନରେ ଘଟିଥିଲା। ଏହି ରେକର୍ଡର ମାଇଲଖୁଣ୍ଟ ସ୍ଥାପନରେ ତାଙ୍କ ବାପା ତଥା ଦୀର୍ଘ ସମୟର ଡାଇଭ୍ ପାର୍ଟନର ଆଡଭାନ୍ସଡ ସ୍କୁବା ଡାଇଭର ପ୍ରିୟଦର୍ଶୀ ପାଣିଗ୍ରାହୀ ସାଥ୍ ଦେଇଥିଲେ।

ଏହାସହ ପଢ଼ନ୍ତୁ: ପଥିରାନାଙ୍କୁ ଏତିକି କୋଟିରେ କିଣିଲା କୋଲକାତା ନାଇଟ୍‌ ରାଇଡର୍ସ


ସ୍କୁବା ଡାଇଭିଂ କ୍ଷେତ୍ରରେ ଭାରତ ବର୍ଷରେ ଏହି ଓଡ଼ିଆ ବାପ-ଝିଅ ଯୋଡ଼ି କୀର୍ତ୍ତୀ ସ୍ଥାପନ କରିପାରିଛନ୍ତି। ଡାଇଭିଂ ବେଳେ ପ୍ରଖର ସ୍ରୋତରୁ ସୁରକ୍ଷିତ ରହିବା ଲାଗି ଉଭୟ ପ୍ରବାଳ ପ୍ରାଚୀରର ଗୋଟିଏ ଅଜୀବ ଅଂଶରେ ହୁକ୍ ବ୍ୟବହାର କରିଥିଲେ। ତେବେ ଅଥଳ ଜଳରାଶିରେ ଡାଇଭିଂ ବେଳେ ବିଶାଳ ସାମୁଦ୍ରିକ ଜୀବଙ୍କ ସଂସ୍ପର୍ଶରେ ଆସିବା ଦୁହିଁଙ୍କ ପାଇଁ ଯେତିକି କୌତୁହଳ ଥିଲା ସେତିକି ରୋମାଞ୍ଚ ଭରା ଥିଲା। ସାର୍କ ଓ ଇଗଲ ଭଳି ସାମୁଦ୍ରିକ ଜୀବଙ୍କୁ ଅତି ନିକଟରୁ ଦେଖିବା ସଦା ସ୍ମରଣୀୟ ହୋଇ ରହିବ ବୋଲି ତିସ୍ୟା ଓ ପ୍ରିୟଦର୍ଶୀ କହିଛନ୍ତି।

ଏହାସହ ପଢ଼ନ୍ତୁ: ମାରିକି ଧୁଆଁ ଉଡ଼ାଇଲେ ଭାରତୀୟ ଖେଳାଳି, ୯୩ ଅଲ୍‌ଆଉଟ୍


ସମ୍ବଲପୁରରୁ ଦୁବାଇ ପର୍ଯ୍ୟନ୍ତ ତିସ୍ୟାଙ୍କ ଯାତ୍ରା ଅସାଧାରଣ ଥିଲା। ଓଡ଼ିଶାର ସମ୍ବଲପୁରରେ ୨୦୧୦ରେ ଜନ୍ମିତ ତିସ୍ୟା ଗତ ୧୩ ବର୍ଷ ଧରି ଦୁବାଇରେ ରହି ଆସୁଛନ୍ତି। ଏହା ପୂର୍ବରୁ ସେ ଭିଏତନାମରେ ମଧ୍ୟ କିଛି ବର୍ଷ କାଟିଥିଲେ। ତାଙ୍କୁ ଯେତେବେଳେ ୧୦ ବର୍ଷ ହୋଇଥିଲା, ୨୦୨୦ରୁ ସେ ସ୍କୁବା ଡାଇଭିଂ ଆରମ୍ଭ କରିଥିଲେ। ଏହାରି ଭିତରେ ଓଡ଼ିଶାର ସର୍ବକନିଷ୍ଠ ସ୍କୁବା ଡାଇଭର, ସର୍ବକନିଷ୍ଠ ଆଡଭାନସଡ ସ୍କୁବା ଡାଇଭର ଓ ସମୁଦ୍ରର ୧୦୦ ଫୁଟ୍ ଗଭୀର ଜଳରାଶିରେ ଡାଇଭିଂ କରିବାର ସର୍ବକନିଷ୍ଠ ଓଡ଼ିଆ ସ୍କୁବା ଡାଇଭର ହେବାର ରେକର୍ଡ ହାସଲ କରି ଗୌରବ ଅର୍ଜନ କରିଛନ୍ତି।

ବ୍ୟକ୍ତିଗତ ସଫଳତା ବ୍ୟତୀତ, ତିସ୍ୟା ସମୁଦ୍ର ସୁରକ୍ଷା ଓ ସଚେତନତା ପ୍ରଚାର ପାଇଁ ନିଜ ମଞ୍ଚକୁ ବ୍ୟବହାର କରୁଛନ୍ତି। ସେ ଅଣ୍ଡରୱାଟର୍‌ କ୍ଲିନ୍‌-ଅପ୍‌ରେ ଯୋଗଦେଉଛନ୍ତି, ବିଭିନ୍ନ ଡାଇଭିଂ ମାଗାଜିନରେ ଲେଖୁଛନ୍ତି ଏବଂ ଯୁବପିଢିକୁ ସମୁଦ୍ର ସୁରକ୍ଷାରେ ଯୋଗଦାନ କରିବାକୁ ପ୍ରେରିତ କରୁଛନ୍ତି। ଏହି ଷ୍ଟୋରୀକୁ ଲେଖିଛନ୍ତି ଆମ ଭୁବନେଶ୍ବର ରିପୋର୍ଟର ଶତରୂପା ସାମନ୍ତରାୟ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
15-Year-Old Tisya Sets Record with 100-Foot Scuba Dive | Argus News