ସାଉଦିଆରବରେ `ଉତ୍କଳିକା'ର ୧୫ତମ ବାର୍ଷିକୋତ୍ସବ

ଅର୍ଗସ ବ୍ୟୁରୋ: ସାଉଦି ଆରବରେ ଜୁବେଲ ସିଟି ଠାରେ ପ୍ରବାସୀ ଓଡ଼ିଆ ମାନଙ୍କ ସଂଗଠନ "ଉତ୍କଳିକା ତରଫରୁ, ୮୯ତମ ଉତ୍କଳ ଦିବସ ଏବଂ ନିଜର ୧୫ ତମ ବାର୍ଷିକ ଉତ୍ସବ ଧୁମଧାମରେ ପାଳନ କରିଛନ୍ତି। ଏହି ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ଓଲିଉଡର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ସ୍ଵୟଂ ପାଢ଼ୀ ଓ ଅନ୍ତର୍ଜାତୀୟ କଣ୍ଠ ଶିଳ୍ପୀ ଅନିନ୍ଦିତା ଦାସ ଯୋଗ ଦେଇଥିଲେ।
ଏଥି ସହିତ ଓଡ଼ିଶାର ଦୁଇ ଜଣ କିମ୍ବଦନ୍ତୀ "ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଲୋକପ୍ରିୟ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଉତ୍କଳିକା ତରଫରୁ ସାଉଦି ଆରବରେ "ଉତ୍କଳ ରତ୍ନ" ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ହିଲଟନ ଗ୍ରୁପ୍ ର ମୁଖ୍ୟ ନିର୍ଦ୍ଦେଶକ ଫିରୋଜ ଖାନ୍ ଓ ସମ୍ମାନିତ ଅତିଥି ଭାବେ ଅଲ୍ ବଦର ଗ୍ରୁପ୍ ମୁଖ୍ୟ ପାଉଲ ବେଗେସ ଯୋଗ ଦେଇଥିଲେ।
ବରିଷ୍ଠ ଉପଦେଷ୍ଟା ଅଜୟ କୁମାର ଦାସ ଏବଂ ଚିପ୍ କୋର୍ଡିନେଟର ଜୟନ୍ତ ମହାପାତ୍ରଙ୍କ ସ୍ଵାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ୧୫ ବର୍ଷ ପୂର୍ତ୍ତି ଅବସରରେ ଉପଦେଷ୍ଟା ଅଜୟ କୁମାର ଦାସ ଓଡ଼ିଶାର ସଂସ୍କୃତି, ପରମ୍ପରା ,ଐତିହ୍ୟ ଓ ପ୍ରାଚୀନତାର ଗୌରବ ପୂର୍ଣ୍ଣ କୀର୍ତ୍ତିରାଜି ଆଜି ସୁବର୍ଣ୍ଣ ତ୍ରିଭୁଜ ଭବରେ ଠିଆ ହୋଇଛି ବୋଲି କହିଥିଲେ। ଏଥି ସହିତ `ମୁଁ ଓଡ଼ିଆ ମୋ ଭାଷା ବଢିଆ'ର ସ୍ଲୋଗାନ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା।
📱 Get Argus News App
✨ଏହି ଅବସରରେ ସାଂସ୍କୃତିକ ସମ୍ପାଦକ ସଞ୍ଜୁକ୍ତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଓଡ଼ିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଗୀତ, ନାଟକ ଓ କମେଡି, ପ୍ରଦର୍ଶନ ହୋଇଥିବା ବେଳେ ବିଭୁ ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ବାର୍ଷିକ ପତ୍ରିକା "ଉତ୍କଳିକା" ଉନ୍ମୋଚନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ, ସଙ୍ଗୀତ "ବନ୍ଦେ ଉତ୍କଳ ଜନନୀ "କିଛି ଗୀତିକାରଙ୍କ ଦ୍ଵାରା ପରିବେଷଣ କରଯାଇଥିଲା। କାର୍ଯ୍ୟକ୍ରମରେ ଓଡ଼ିଶା ରୁ ଆସିଥିବା କଣ୍ଠଶିଳ୍ପୀ ମାନଙ୍କ ଗୀତରେ ପ୍ରବସୀ ଓଡ଼ିଆ ଝୁମିବା ସହ ଶେଷରେ ଓଡ଼ିଆ ଖାଦ୍ୟର ମଜା ନେଇଥିଲେ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର