ବସ୍ ଧକ୍କାରେ ୧୬ ଗୋରୁ ମୃତ, ୪ ଗୁରୁତର
·1 year ago

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବାରିହାପୁର ଗାଁ ଛକ ନିକଟରେ ଭୟଙ୍କର ସଡ଼କ ଦୁର୍ଘଟଣା। ନାଇଟ କୋଚ ବସ୍ ଧକ୍କାରେ ୧୬ ଗୋଟି ଗୋରୁର ମୃତ୍ୟୁ ହୋଇଥିବା ବେଳେ ୪ଟି ଗାଈ ଗୁରୁତର ହୋଇଛନ୍ତି।
ତେବେ ରକ୍ତରେ ରଞ୍ଜିତ ହୋଇଛି ସମ୍ପୂର୍ଣ୍ଣ ବାରିହାପୁର ଗାଁ ଛକ। ପିଛା ଛାଡ଼ୁନି ୫୩ ନଂ ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା।ଠିକ ଏକ ବର୍ଷ ତଳେ ସମାନ ଜାଗାରେ ସଡ଼କ ଦୁର୍ଘଟଣାରେ ୧୩ ଗୋଟି ଗୋରୁର ମୃତ୍ୟୁ ହୋଇଥିଲା। ଦୁର୍ଘଟଣା ଘଟାଇବା ପରେ ନାଇଟ କୋଚ ବସଟି ଫେରାର ମାରିଥିବା ଜଣାପଡିଛି।ଗାଈ ଗୋରୁଙ୍କ ମୃତ୍ୟୁକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଗ୍ରାମବାସୀ। ସେପଟେ ଦୁର୍ଘଟଣା ଯୋଗୁଁ ତାଳଚେର -ଡ଼ୁବୁରୀ ଯାତାୟାତ ଭାଧାପ୍ରାପ୍ତ ହୋଇଛି।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: