Videos
|
Odisha

ତିନି ସପ୍ତାହରେ ୧୬ ହଜାର ୧୦ ଶିକ୍ଷକଙ୍କ ମିଳିବ ନିଯୁକ୍ତି 

Smruti Parija
Browse all articles by Smruti Parija
·2 years ago·1 min read
ତିନି ସପ୍ତାହରେ ୧୬ ହଜାର ୧୦ ଶିକ୍ଷକଙ୍କ ମିଳିବ ନିଯୁକ୍ତି 

ଭୁବନେଶ୍ୱର:  ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ଆଗାମୀ ୩ ସପ୍ତାହ ଭିତରେ ୧୬ ହଜାର ୧୦ କନିଷ୍ଠ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି । ଶିକ୍ଷକ ଅଭାବ ପୂରଣ ପାଇଁ ରାଜ୍ୟରେ ୨୭ ହଜାର ୧୯୭ ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରିଛନ୍ତି ।

ପୂର୍ବ ୫T ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ପୂର୍ବ ସରକାର ଯେଉଁ ୫T କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପଢିଲେ ଅଥଚ ହରଣ ଗୁଣନ ଆସିଲା ନାହିଁ । ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ । ବିରୋଧି ଦଳ ମୁଖ୍ୟ ସଚେତକ ଥିବାବେଳେ ଚିଠି ଏ ବାବଦରେ ଲେଖିଥିଲି କିନ୍ତୁ ପୂର୍ବ ସରକାର ଶୁଣିନଥିଲେ ତେଣୁ ଏହା ମୋର ସୌଭାଗ୍ୟ ମୁଁ ରାଜ୍ୟ ମୁଖିଆ ଏବେ ହେବା ପରେ ଏଭଳି ଏକ ଚିନ୍ତାକୁ ଧୀରେ ଧୀରେ ବ୍ୟବସ୍ଥାରେ ଲାଗୁ କରିବା ପାଇଁ ପ୍ରୟାସ କରାଯାଉଛି ।

ସେପଟେ ଆଜି ଗୁରୁ ଦିବସ । ଭାରତରେ ପ୍ରାଚୀନ କାଳରୁ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ଏହି ପବିତ୍ର ସମ୍ପର୍କକୁ ପାଳନ କରାଯାଉଛି । ସ୍ବାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିବସ ସେପ୍ଟମ୍ବର ୫ ତାରିଖକୁ ଗୁରୁଦିବସ ଭାବେ ପାଳନ କରାଯାଉଛି । 

ଡକ୍ଟର ରାଧାକ୍ରିଷ୍ଣନ୍‌ ଏକାଧାରାରେ ଥିଲେ ଜଣେ ମହାନ୍‌ ଶିକ୍ଷାବିତ୍‌, ଦାର୍ଶନିକ ତଥା ରାଜନୈତିଜ୍ଞ । ଭାରତୀୟ ସଂସ୍କୃତିକୁ ଦେଶ ବିଦେଶରେ ପ୍ରଚାର ପ୍ରସାର କରିବା ପାଇଁ ସେ ବିଭିନ୍ନ କାର୍ଯ୍ୟକ୍ରମମାନ ହାତକୁ ନେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...