Videos
|
Odisha

୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ

Smruti Parija
Browse all articles by Smruti Parija
·2 years ago·1 min read
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ

ଆନନ୍ଦପୁର:  ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ ।  ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରାଙ୍କ ତତ୍ତ୍ଵାବଧାନରେ ଆନନ୍ଦପୁର ଉପଖଣ୍ଡର ୫ଟି ଥାନା ଅଞ୍ଚଳରେ ଚଢ଼ଉ କରାଯାଇଛି । 

୧୬୧୮ ଲିଟର ମହୁଲିମଦ ଜବତ କରାଯାଇଥିବାବେଳେ ୩୩୦ କୁଇଣ୍ଟାଲ ପୋଚ ନଷ୍ଟ କରାଯାଇଛି । ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର, ନନ୍ଦିପଦା, ସୋସୋ ଥାନାରେ ୧୩ଟି ମାମଲା ରୁଜୁ କରାଯାଇଛି । ନନ୍ଦପୁର ଥାନା ଅନ୍ତର୍ଗତ ମାଠିଆନେଣ୍ଡି, ହାଟସାହି,ପୁରୁଣାଘାଟି, ଘସିପୁରା ଥାନା ଅନ୍ତର୍ଗତ ମାର୍ଶାପାଳ, ଓସ୍ତପୁରା, ସୋସୋ ଥାନା ଅନ୍ତର୍ଗତ ଡଙ୍ଗାଚୁଆ, ମଧୁବନ, ଅନ୍ଧାରୀ, ନନ୍ଦିପଦା ଥାନା ଅଁରାଛକ, ଆଇତିପୁର ଛକ, ରାମଚନ୍ଦ୍ରପୁର ଥାନା ରୁଦ୍ରନାରାୟଣପୁରରେ ଚଢ଼ଉ କରାଯାଇଥିଲା । 

ଚଢ଼ଉ ସମ୍ପର୍କରେ ଖବର ପାଇ ମଦ ମାଫିଆମାନେ ଖସି ପଳାଇଥିବା ସୂଚନା ମିଳିଛି । ଚଢ଼ାଉରେ ବିଭିନ୍ନ ଥାନାର ଅଧିକାରୀ ସାମିଲ ହୋଇଥିଲେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: