|
logo
Live

Argus News - ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ

Odisha

ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ

Smruti Parija
Browse all articles by Smruti Parija
·1 year ago·1 min read
ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ

ଭୁବନେଶ୍ୱର: ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ । ଆନ୍ଧ୍ରପ୍ରଦେଶର ଯାଗାମାପେଟା କ୍ରିଷ୍ଣାଭରମ୍ ଟୋଲ୍ ଗେଟ୍ ନିକଟରୁ ଗଞ୍ଜେଇ ଭର୍ତ୍ତି ଟ୍ରକ୍ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରାଯାଇଛି । ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚାଲାଣ ହେଉଥିବା ନେଇ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆରଆଇ) ଖବର ପାଇଥିଲା । ଡିଆରଆଇର ଏକ ଟିମ୍ ଯାଗାମାପେଟା କ୍ରିଷ୍ଣାଭରମ୍ ଟୋଲ୍ ଗେଟ୍ ନିକଟରେ ଛକି ରହିଥିଲେ । 

ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଏସ୍କର୍ଟ ଦେଉଥିବା କାର ଟୋଲ୍ ପ୍ଲାଜାର ବ୍ୟାରିଅରକୁ ଧକ୍କା ଦେଇ ଖସି ପଳାଇବାକୁ ଉଦ୍ୟମ କରିଥିଲା । ଡିଆରଆଇ ଅଧିକାରୀମାନେ ପ୍ରଥମେ କାରକୁ ଅଟକାଇ ଜଣଙ୍କୁ ଗିରଫ କରିଥିଲେ । ପରେ ପରେ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଅଟକାଇବା ସମୟରେ ଟ୍ରକ୍ ଡ୍ରାଇଭର ଓ ହେଲପର୍ ଦୈାଡ଼ି ପଳାଇବାକୁ ଉଦ୍ୟମ କରିଥିଲେ । ହେଲେ ଡିଆରଆଇ ଅଧିକାରୀମାନେ ସେମାନଙ୍କୁ ପିଛା କରି କାବୁ କରିଥିଲେ । ଟ୍ରକ୍ ଭିତରୁ ୮୦୮ କିଲୋ ଗଞ୍ଜେଇ ମିଳିଛି ।

ଏହାର ଆନୁମାନିକ ମୂଲ୍ୟ ୧ କୋଟି ୬୧ ଲକ୍ଷ ଟଙ୍କା ହେବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି । ଗିରଫ ଅଭିଯୁକ୍ତମାନେ ଓଡ଼ିଶାର ହୋଇଥିବା ବେଳେ ସେମାନେ ଓଡ଼ିଶାରୁ ଗଞ୍ଜେଇ ନେଇ ଆନ୍ଧ୍ରପ୍ରଦେଶ ଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
ଓଡିଶାରୁ ଆନ୍ଧ୍ରକୁ ଚାଲାଣ ହେଉଥିଲା ଗଞ୍ଜେଇ | Argus News