|
logo
Live

Argus News - ପରିବାରକୁ କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଉନି ପୋଲିସ 

Odisha

ପରିବାରକୁ କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଉନି ପୋଲିସ 

Manini Pattanayak
Browse all articles by Manini Pattanayak
·2 years ago·2 min read
ପରିବାରକୁ କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଉନି ପୋଲିସ 

ରାୟଗଡ଼ା: ରାୟଗଡ଼ାର ଆଦିବାସୀ ଦିବ୍ୟାଙ୍ଗ ଯୁବତୀ ଲକ୍ଷ୍ମୀ ମାଝି ମୃତ୍ୟୁର 18 ଦିନ ପରେ ବି କ୍ରାଇମବ୍ରାଞ୍ଚ ହାତ ଖାଲି । ହତ୍ୟାର ସବୁ ଲକ୍ଷଣ ସତ୍ବେ ଦୋଷୀଙ୍କୁ ଧରିବାରେ କାହିଁକି ଏତେ ଡେରି ? । ପରିବାରକୁ କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଉନି ପୋଲିସ । ଲକ୍ଷ୍ମୀଙ୍କ ହତ୍ୟା ପ୍ରମାଣ ନଷ୍ଟ ପାଇଁ ଚାଲିଛି କି ବଡ଼ ଧରଣର ସାଜିସ୍ ? । ସବିଆଇ ତଦନ୍ତ ପାଇଁ ଦାବି କରିଆସୁଛନ୍ତି ଲକ୍ଷ୍ମୀଙ୍କ ବାପା । ସେପଟେ କ୍ରାଇମବ୍ରାଞ୍ଚର ନିଷ୍କ୍ରିୟତା ନେଇ ଖପ୍ପା ଆଦିବାସୀ ସମାଜ ।

 ଏବେ ଆପଣ ବୁଝିପାରୁଥିବେ କାହିଁକି ବାରମ୍ବାର ଲକ୍ଷ୍ମୀ ମାଝିଙ୍କ ବାପା କହିଆସୁଛନ୍ତି ତାଙ୍କର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ଭରସା ନାହିଁ ବୋଲି। ଚନ୍ଦ୍ରପୁର ସ୍ଥିତ ମାଆ ଘରୁ ସନ୍ଦେହ ଜନକ ଅବସ୍ଥାରେ ଲକ୍ଷ୍ମୀଙ୍କ ଅର୍ଦ୍ଦଦଗ୍ଧ ମୃତଦେହ ମିଳିବା ଘଟଣାକୁ 18 ଦିନ ବିତିସାରିଲାଣି। କିନ୍ତୁ ଏଯାଏ କ୍ରାଇମବ୍ରାଞ୍ଚର କାର୍ଯ୍ୟନୁଷ୍ଠାନ ଶୂନ୍। ଆରମ୍ଭରୁ ତାଙ୍କ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ କରିଆସୁଛନ୍ତି ଲକ୍ଷ୍ମୀଙ୍କ ବାପା ବେଲଧର ମାଝି। ପାରିପାର୍ଶ୍ବିକ ପରିସ୍ଥିତି ବି ବେଲଧରଙ୍କ କଥାରେ ସତ୍ୟତା ଥିବା ଦର୍ଶାଉଛି। ତଥାପି ନା ମୃତ୍ୟୁର କାରଣ କହୁଛି କ୍ରାଇମବ୍ରାଞ୍ଚ ନା ଦୋଷୀଙ୍କ ପାଖରେୋ ପହଞ୍ଚି ପାରିଛି। ସନ୍ଦେହ ଆହୁରି ବଢୁଛି କାରଣ ଏଯାଏ ଲକ୍ଷ୍ମୀଙ୍କ ପରିବାରକୁ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଉନି ପୋଲିସ। ସେଇଥିପାଇଁ ତ ସିବିଆ ତଦନ୍ତ ଦାବିରେ ଅଡି ବସିଛନ୍ତି ବେଲଧର ମାଝି।  ଏମିତିବି କ୍ରାଇମବ୍ରାଞ୍ଚର ଟ୍ରାକ୍ ରେକର୍ଡ ବହୁତ ବଦନାମ। ଇତିଶ୍ରୀ, ବେବିନା, ମମିତା ସବୁ ହାଇପ୍ରୋଫାଇଲ ମାମଲାରେ କ୍ରାଇମବ୍ରାଞ୍ଚର ଦତନ୍ତକୁ ନେଇ ଉଠିଛି ପ୍ରଶ୍ନ। ତେଣୁ ଏଠାରେ ବି ପ୍ରଶ୍ନ ଉଠିବା ସ୍ବାଭାବିକ। ଲକ୍ଷ୍ମୀଙ୍କ ହତ୍ୟା ପ୍ରମାଣ ନଷ୍ଟ ପାଇଁ କରାଯାଉନି ତ ଉଦ୍ୟମ ? କୌଣସି କ୍ଷମତାଶାଳୀଙ୍କୁ ସୁରକ୍ଷା ଦେବାପାଇଁ ହେଉନି ତ ଚେଷ୍ଟା ?  ଏ ସନ୍ଦେହ ପୂରା ଆଦିବାସୀ ସମାଜର। ଏହା ବିରୋଧରେ ଶୁକ୍ରବାର ସମ୍ପୂର୍ଣ୍ଣ ଜିଲ୍ଲାରେ 12 ଘଣ୍ଟି ବନ୍ଦ ପାଳନ କରିଥିଲା ଜିଲ୍ଲା ଆଦିବାସୀ ମହାସଂଘ। ତଥାପି ଧରାପଡ଼ିଲେନି ଦେଷୀ।

ଡିସେମ୍ବର 21 ତାରିଖରେ ଚନ୍ଦ୍ରପୁର ହସପିଟାଲ ପରିସରରେ ଥିବା ପରିତ୍ୟକ୍ତ ଘରୁ ମିଳିଥିଲା ଲକ୍ଷ୍ମୀଙ୍କର ଅର୍ଦ୍ଧଦଗ୍ଧ ମୃତଦେହ। ଘର ଲୋକଙ୍କ ଅଭିଯୋଗ ଏହା ରେପ ଆଣ୍ଡ ମର୍ଡର। ଏଭଳି ଏକ ସମ୍ବେଦନଶୀଳ ମାମଲାର ତଦନ୍ତରେ ଶିଥିଳତା ଧରାପକାଇ ଦେଇଛି ବିଜେଡି ସରକାରଙ୍କ ମିଛ ଆଦିବାସୀ ପ୍ରୀତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋଦ୍ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଞ୍ଚଳରେ ଘଟିଛି ଏ ଜଘନ୍ୟ ଘଟଣା। ସେ କହୁଛନ୍ତି ଲକ୍ଷ୍ମୀଙ୍କୁ ନ୍ୟାୟ ମିଳିବ। କିନ୍ତୁ ମନ୍ତ୍ରୀଙ୍କ ପାଖରେ ନା କୌଣସି ବିଜେଡି ନେତାଙ୍କ ପାଖରେ ସମୟ ନାହିଁ ଲକ୍ଷ୍ମୀଙ୍କ ପରିବାରକୁ ଭେଟି ସାମାନ୍ୟ ସମବେଦନା ଜଣାଇବା ପାଇଁ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Sponsored
ପରିବାରକୁ କାହିଁକି ଶବ ବ୍ୟବଚ୍ଛେଦ ରିପୋର୍ଟ ଦେଉନି ପୋଲିସ  | Argus News