Videos
|
Odisha

ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୮ ଆହତ

Ritu Das
Browse all articles by Ritu Das
·2 years ago
ଚନ୍ଦାହାଣ୍ଡି ଘାଟିରେ ଅଟୋ ଓଲଟି ୧୮ ଆହତ

ଅର୍ଗସ ବ୍ୟୁରୋ: ଝରିଗାଁ ଚନ୍ଦାହାଣ୍ଡି ଘାଟି ଠାରେ ଦୁର୍ଘଟଣାରେ କୋଡିଏରୁ ଉର୍ଦ୍ଧ୍ବ ଆହତ ଅବସ୍ଥାରେ ଝରିଗାଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ଅନୁଯାୟୀ ଉମରକୋଟ ବ୍ଲକ ସାନଭାରଣ୍ଡୀ ଗାଁର କୋଡିଏରୁ ଉର୍ଦ୍ଧ୍ବ ଲୋକ ଏକ ଅଟୋ ଯୋଗେ ବିଜେପି ସାଂସଦ ପାର୍ଥି ବଳଭଦ୍ର ମଝିଙ୍କୁ ଭେଟିବାପାଇଁ ଚନ୍ଦାହାଣ୍ଡି ଫୋଟକି ଗ୍ରାମକୁ ଯାଉଥିବା ବେଳେ ଚନ୍ଦାହାଣ୍ଡି ଘାଟିରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। 

ତେବେ ଅଟୋ ଟିରେ ୨୦ରୁ ଅଧିକ ଲୋକ ବସିଥିବା ବେଳେ ୧୮ଜଣ ଆହତ ହୋଇଥିବା ଜଣାପଡିଛି। ସେଥିମଧ୍ୟରୁ ଦୁଇଜଣ ଶିଶୁ ଅଛନ୍ତି। ଆହତ ମାନଙ୍କୁ ଆମ୍ବୁଲେନ୍ସ ଯୋଗେ ଝରୀଗାଁ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରାଯାଇ ଜଣଙ୍କୁ ନବରଙ୍ଗପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
18 injured in auto | Argus News