Videos
|
Odisha

ବାହାର ରାଜ୍ୟକୁ ଚାଲାଣ ବେଳେ ୧୮ ଦାଦନ ଶ୍ରମିକ ଉଦ୍ଧାର

Smruti Parija
Browse all articles by Smruti Parija
·1 year ago·1 min read
ବାହାର ରାଜ୍ୟକୁ ଚାଲାଣ ବେଳେ ୧୮ ଦାଦନ ଶ୍ରମିକ ଉଦ୍ଧାର

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ପାଲଟିଛି ଦାଦନ ଚାଲାଣର ହବ୍ । ଦାଦନ ଋତୁ ଆରମ୍ଭ ପୂର୍ବରୁ ଦାଦନ ଦଲାଲମାନେ ଗାଁ ଗାଁ କୁ ଯାଇ ଟଙ୍କା ବଇନା ଦେଇ କରୁଛନ୍ତି ଦାଦନ ଚାଲାଣ । ଗାଁରେ କାମ ଧନ୍ଦା ନ ପାଇ ଗରିବ ଲୋକେ ହେଉଛନ୍ତି ଦାଦନ ଚାଲାଣ । ଏଭଳି ଦେଖିବାକୁ ମିଳିଛି କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ କଦଳୀପଡା ଠାରେ । 

ବେଆଇନ ଭାବେ ଦାଦନ ଚାଲାଣ ହେଉଥିବା ଖବର ପାଇ କଣ୍ଟାବାଞ୍ଜି ପୋଲିସ ୧୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରି ସର୍ଦ୍ଦାର ପ୍ରଦୀପ ବେହେରା ଓ ଡ୍ରାଇଭରଙ୍କୁ ଗିରଫ କରିଛି । ଚାଲାଣରେ ବ୍ୟବହୃତ ଟାଟା ଏସି ଗାଡିକୁ ଜବତ କରି ଅଧିକ ତଦନ୍ତ ଆରମ୍ଭ କରିଛି । ୭ ଜଣ ମହିଳା, ସମେତ ୪ ଜଣ ପୁରୁଷ ଓ ୭ ଜଣ ଶିଶୁ କୁ ଉଦ୍ଧାର କରାଯାଇଛି । ଉଦ୍ଧାର ଦାଦନ ହେଲେ ମୁରିବାହଲ ଥାନା ସର୍ଦ୍ଧlପୁର ବୋଲି ଜଣାପଡିଛି  । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
18-migrant-labour-rescued-from-balangir-kantabanji | Argus News