Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ

ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା କୁତ୍ରା ଅଞ୍ଚଳରେ ଚାଞ୍ଚଲ୍ୟ । ୧୮ ବର୍ଷୀୟା ଯୁବତୀଙ୍କ ସହ ଗଣଦୁଷ୍କର୍ମ ନେଇ ଅଭିଯୋଗ । କୁତ୍ରା ଥାନାରେ ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ । କରମା ପୂଜା ଦେଖିବାକୁ ଆସିଥିବା ୩ ଜଣ ଅଭିଯୁକ୍ତ ରାତିରେ ଯୁବତୀଙ୍କ ସହ ଏହି ବର୍ବର କାଣ୍ଡ ଭିଆଇ ଥିବା ଅଭିଯୋଗ ହୋଇଛି। ଘଟଣାଟି ୧୬ ତାରିଖ ରାତିରେ ଘଟିଥିବା ବେଳେ ପୀଡିତା ୧୭ ତାରିଖ ଦିନ କୁତ୍ରା ଥାନାରେ ଏତଲା ଦେଇଥିଲେ।

ଅଧିକ ପଢନ୍ତୁ : ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ! ମୃତଦେହ ଉଦ୍ଧାର

 କୁତ୍ରା ପୋଲିସ ମାମଲା ରୁଜ କରି ତଦନ୍ତ ଜାରି ରଖିଛି । ତିନି ଜଣ ଅଭିଯୁକ୍ତଙ୍କ ଘର ବିରମିତ୍ରପୁର ଥାନା ଅଞ୍ଚଳର ହୋଇଥିବା ବେଳେ  ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ନେଇ ସୂଚନା ରହିଛି । ପୋଲିସ ମାମଲାରେ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
18-year-old accused of raping a young woman | Argus News