|
logo
Live
Argus News App
GET APP

Argus News - ୧୮ ରାଉଣ୍ଡ: ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍

Odisha

Nuapada By Election / ୧୮ ରାଉଣ୍ଡ: ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍

Banajyotshna Ray
Browse all articles by Banajyotshna Ray
·4 months ago·2 min read
୧୮ ରାଉଣ୍ଡ: ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍

Key Points

ଫିକା ପଡିଲା ନବୀନଙ୍କ ଚମକ
ନୂଆପଡାରେ ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍
ଓଡ଼ିଶାରେ ବିଧାନସଭା ନିର୍ବାଚନ ପରାଜୟ ପରେ ପ୍ରଥମ ଉପନିର୍ବାଚନରେ ବିଜେଡି ହାରିବା ଅଭିମୁଖେ ଗତି କରୁଛି । ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୟ ଢୋଲକିଆ ଏକ ବୃହତ୍ ବିଜୟ ଆଡ଼କୁ ଅଗ୍ରସର ହେଉଛନ୍ତି, ଯାହା ପରେ ଦଳ ଶିବିରରେ ଉତ୍ସାହ ଦେଖାଦେଇଛି। ନୂଆପଡ଼ା ନିର୍ବାଚନର ଫଳାଫଳ ଆସୁଛି। ଫଳାଫଳ ଅନୁଯାୟୀ, ନୂଆପଡ଼ାରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ। ଜୟ ଢ଼ୋଲକିଆଙ୍କ ପ୍ରତି ଲୋକପ୍ରିୟତା ଦେଖାଦେଲାଣି। ନୂଆପଡାରେ ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍।

୧୮ତମ ରାଉଣ୍ଡ ଗଣତି ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୫୯,୯୧୨ ଭୋଟରେ ଆଗୁଆ ଅଛନ୍ତି । ସେପଟେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ପଛରେ ପକାଇ ଆଗକୁ ବଢ଼ିଛନ୍ତି ଘାସିରାମ ମାଝୀ । ବର୍ତ୍ତମାନ ପର୍ଯ୍ୟନ୍ତ ୮୮,୨୭୮ ଟି ଭୋଟ୍ ପାଇଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୮,୩୬୬ ଟି ଭୋଟ୍ ପାଇଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୨୭,୪୩୮ଟି ଭୋଟ୍ । 

ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୮ତମ ରାଉଣ୍ଡ ସୁଦ୍ଧା ଯେଉଁ ଟ୍ରେଣ୍ଡ ସାମ୍ନାକୁ ଆସିଛି, ସେଥିରେ ଲିଡ କରୁଛି ବିଜେପି। ଏହାସହ ବିଜେଡିକୁ ପଛରେ ପକାଇଲା କଂଗ୍ରେସ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିଜେଡି ନେତାମାନେ ଯୁକ୍ତି ଦେଇଥିଲେ ଯେ ଭୋଟରମାନେ ବିକାଶକୁ ସମର୍ଥନ କରିଥିଲେ ଏବଂ ନବୀନ ପଟ୍ଟନାୟକଙ୍କ ଉପରେ ଦୃଢ ବିଶ୍ୱାସ ରଖିଛନ୍ତି। ସେମାନେ ଦାବି କରିଥିଲେ ଯେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟ ପାଇବ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ଭୋଟ ଗଣତି ଉପରେ ସବୁକିଛି ଫିକା ପଡ଼ିଛି। ବିଜେଡି ମୁହଁ ବନ୍ଦ ହୋଇଯାଇଛି। ଯେଉଁ ବଡ ବଡ କଥା କହୁଥିଲା ବିଜେଡି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ାଇଛି ବିଜେପି।

ଏଥିସହ ପଢ଼ନ୍ତୁ: ନୂଆପଡ଼ା ଉପ-ନିର୍ବଚନରେ ମ୍ୟାଜିକ: ୧୭ ରାଉଣ୍ଡରେ ବିଜେପି ଆଗରେ

ନୂଆପଡ଼ା ଫଳାଫଳ ଉପରେ ସାରା ରାଜ୍ୟବାସୀଙ୍କ ନଜର। ଆଉ କିଛି ସମୟର ଅପେକ୍ଷା ଆଉ କିଛି ରାଉଣ୍ଡର ଅପେକ୍ଷା । ନୂଆପଡାବାସୀ କାହାକୁ ପିନ୍ଧାଇବେ ବିଜୟ ମୁକୁଟ ଦେଖିବାକୁ ବାକି ରହିଲା। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ସୂଚନାଯୋଗ୍ୟ, ମୋଟ ୩୫୮ ବୁଥ ପାଇଁ ୧୪ଟି ଟେବୁଲରେ ୨୬ ରାଉଣ୍ଡ ଗଣତି ହେବ। ପ୍ରତ୍ୟେକ ଟେବୁଲରେ ୩ ଜଣ ଅଧିକାରୀ ରହିଛନ୍ତି। ବିଜୟ ଦୌଡ଼ରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିଛି। ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଶେଷ ହେବା ପରେ ଚିତ୍ର ସ୍ପଷ୍ଟ ହୋଇଆସୁଛି । ଯେ ବିଜେପି ପ୍ରାର୍ଥୀ ଆଗରେ ଟ୍ରେଣ୍ଡ କରୁଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ: ୧୬ ରାଉଣ୍ଡ: ଆଗରେ ବିଜେପି ପ୍ରାର୍ଥୀ, ଚିନ୍ତାରେ ବିଜେଡି

ବିଜୟ ଦୌଡ଼ରେ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆ । ରାଜନୀତିର ଜବରଦସ୍ତ ରଙ୍ଗରେ ରଙ୍ଗାୟିତ ନୂଆପଡ଼ା ଉପନିର୍ବାଚନ । ବିଜେପିର ଜୟ ଢୋଲକିଆ, ବିଜେଡିର ସ୍ନେହାଙ୍ଗିନୀ ଛୁରିଆ ଓ କଂଗ୍ରେସର ଘାସୀରାମ ମାଝିଙ୍କ ତ୍ରିକୋଣୀୟ ଲଢ଼େଇ ଦେଖିବାକୁ ମିଳିଛି। ଅନ୍ୟପଟେ ଆଉ ମାତ୍ର କିଛି ସମୟର ଅପେକ୍ଷା।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Nuapada By Election: ୧୮ ରାଉଣ୍ଡ: ମୋହନଙ୍କ ମ୍ୟାଜିକ୍ ପାଖେ କାମ ଦେଲାନି ନବୀନଙ୍କ କ୍ରେଜ୍ | Argus News