Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ 

Smruti Parija
Browse all articles by Smruti Parija
·1 year ago·2 min read
ଯୌନ ଶୋଷଣର ଶିକାର ହେଲେ ୧୯ ବର୍ଷୀୟ ଝିଅ 

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ଅର୍ନ୍ତଗତ ତେତେଲଖୁଟି ଗ୍ରାମର ଜଣେ ୧୯ ବର୍ଷୀୟ ଝିଅ ସହିତ ପ୍ରେମ ଓ ପରେ ବିବାହ ପ୍ରତିଶ୍ରୁତି ଦେଇ ଯୌନ ଶୋଷଣ କରି ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି । ପୀଡିତା ଝିଅ ଓ ତାଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁସାରେ ଗତ ଜୁଲାଇ ମାସ  ୨୬ ତାରିଖ ଦିନ ଚଦ୍ମ ନାମ ମିଥିଳା ସେହି ଗ୍ରାମର ଜସ୍ରାମ ବଞ୍ଛୋର୍ ନାମକ ଜଣେ ଯୁବକ ସହିତ ପ୍ରେମ ସମ୍ବନ୍ଧ ଓ ବିବାହ ପ୍ରତିଶ୍ରୁତି ଦେଇ ଝିଅକୁ ଆନ୍ଧ୍ର ପ୍ରଦେଶକୁ ନେଇ ଯାଇଥିଲା । 

ଝିଅକୁ ଘରେ ନ ପାଇ ପରିବାର ଲୋକେ ତୁରେକେଲା ଥାନାରେ ନିଖୋଜ ରିପୋର୍ଟ ଲେଖିଥିଲେ। ଯାହାକୁ ନେଇ ତୁରେକେଲା ଥାନାରେ କେସ ଦର୍ଜ୍ କରି ନିଖୋଜ ଝିଅର ଖୋଜ ଖବର ନିମନ୍ତେ ପୋଲିସ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିଲା । କିଛି ଦିନ ପରେ ଝିଅକୁ ସାଙ୍ଗରେ ଧରି ଜସ୍ରାମ ବଞ୍ଛୋର୍ ତା ଗାଁକୁ ଫେରି ତୁରେକେଲା ଥାନାରେ ଝିଅ ସହିତ ବିବାହ କରିବା ପାଇଁ ଲିଖିତ ରାଜି ନାମା ରେ ଦସ୍ତଖତ କରିଥିଲା । କିନ୍ତୁ ତା କିଛି ଦିନ ପରେ ଜସ୍ରାମ କୌଣସି ବାହାନା କରି ଝିଅକୁ ଛାଡି ଦେଇ ଫେରାର ହୋଇଯାଇଥିଲା । 

ପୀଡିତ ଝିଅ କହିବା ଅନୁସାରେ ବିବାହ ପ୍ରତିଶ୍ରୁତି ଦେଇ ଜସ୍ରାମ ବଞ୍ଛୋର୍ ଆନ୍ଧ୍ର ପ୍ରଦେଶକୁ ନେଇ ଗୋଟିଏ କୁକୁଡ଼ା ଫାର୍ମରେ ୧୮ ଦିନ ରଖି ତା ସହିତ ଶାରୀରିକ ସମ୍ପର୍କ ରଖିଥିଲା । କିନ୍ତୁ ଗାଁ କୁ ଆସି ନିଜ ମା, ବାପା ଓ ସମ୍ପର୍କୀୟ କଥା ଶୁଣି ସେ ତାକୁ ଛାଡି ଦେଇ ଫେରାର ମାରିଛି । କଣ୍ଟାବାଞ୍ଜି ଉପଖଣ୍ଡ ପୋଲିସ ଅଧିକାରୀ ଗୌରାଙ୍ଗ ସାହୁଙ୍କୁ ସମସ୍ତ କାଗଜ ପତ୍ର ସହିତ ଗୁହାରି କରିଥିଲେ ପୀଡ଼ିତା ଓ ତାଙ୍କ ପରିବାର ଲୋକେ । ନ୍ୟାୟ ଅପେକ୍ଷାରେ ପୀଡ଼ିତା ଅଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ଓଡିଶା ଖବର...

Sponsored
19-year-girl-faces-love-sex-dhoka-in-kantabanji-balangir | Argus News