Videos
|
Odisha

ଭୁବନେଶ୍ବରରେ ଭଙ୍ଗାଯିବ 191ଟି ବେଆଇନ ଆପାର୍ଟମେଣ୍ଟ

Rashmita Mishra
Browse all articles by Rashmita Mishra
·1 year ago
ଭୁବନେଶ୍ବରରେ ଭଙ୍ଗାଯିବ 191ଟି ବେଆଇନ ଆପାର୍ଟମେଣ୍ଟ

ଅର୍ଗସ ବ୍ୟୁରୋ: ଭୁବନେଶ୍ବରରେ ଭଙ୍ଗାଯିବ 191ଟି ବେଆଇନ ଆପାର୍ଟମେଣ୍ଟ। ଏଥିପାଇଁ ରାଜ୍ୟ ସରକାର ଦେଇଛନ୍ତି ନିର୍ଦ୍ଦେଶ। ଆଜି ବିଧାନସଭାରେ ଲିଖିତ ଉତ୍ତର ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ବିଡିଏ ଅଧୀନରେ ଥିବା 491ଟି ଆପାର୍ଟମେଣ୍ଟ ବିରୋଧରେ  ଅଭିଯୋଗ ହୋଇଥିଲା। 237ଟି ମାମଲା ଏବେ ବି  ବିଚାରାଧୀନ ରହିଛି। 63ଟି ମାମଲା ଖାରଜ ହୋଇଛି। ୧୯୧ଟି ଆପାର୍ଟମେଣ୍ଟ ଭାଙ୍ଗିବାକୁ ରାଜ୍ୟ ସରକାର ନିର୍ଦେଶ ଦେଇଛନ୍ତି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
191 illegal apartments to be demolished in Bhubaneswar | Argus News