୧୦କୁଇଣ୍ଟାଲ ଗଞ୍ଜେଇ ସହ ୨ଅଭିଯୁକ୍ତ ଗିରଫ
·2 years ago

ଅର୍ଗସ ବ୍ୟୁରୋ: ଦିନକୁ ଦିନ ବଢ଼ିଚାଲିଛି ଗଞ୍ଜେଇ ଚୋରା ଚାଲାଣ। ଏନେଇ ତତ୍ପର ହୋଇପଡ଼ିଛି ମୋହନା ପୋଲିସ। ମୋହନା ପୋଲିସକୁ ମିଳିଛି ବଡ଼ ସଫଳତା, ଏକ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ କରିଛି କମଳାପୂର ନାକା ପଏଣ୍ଟରେ । ମୋହନା ଥାନା ଅନ୍ତର୍ଗତ ଚଢ଼ିଆପଦା ଗାଁରୁ ବ୍ରହ୍ମପୁର ସହର ବାଇପାସ ଦେଇ ମହାରାଷ୍ଟ୍ର ସୋଲାପୁର ଯାଉଥିଲା ଏହି ଗଞ୍ଜେଇ।
ଜବତ ଗଞ୍ଜେଇର ପରିମାଣ ୧୦ କୁଇଣ୍ଟାଲ ହୋଇଥିବା ବେଳେ ଏକ ମହିନ୍ଦ୍ରା ମେକ୍ସ ପିକ୍ ଅପ୍ ସହ ଦୁଇ ଜଣକୁ ଗିରଫ କରିଛି ମୋହନା ପୋଲିସ। ଏହି ଚୋରା ଚାଲାଣ ରାକେଟରେ ଅନ୍ତଃ ରାଜ୍ୟ ମାଫିଆ ଜଡ଼ିତ ଥିବାରୁ ପୋଲିସ ଅଧିକ ତଦନ୍ତ କରୁଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: