ଜେଲରୁ ୨ ବିଚାରାଧିନ କଏଦୀ ଫେରାର

ଅର୍ଗସ ବ୍ୟୁରୋ: ଟିଟିଲାଗଡ଼ ଉପକାରାଗାରରୁ 2 ଜଣ ହତ୍ୟା ଅଭିଯୁକ୍ତ ବିଚାରାଧୀନ କଏଦୀ ଫେରାର ହେବା ପରେ ଦୀର୍ଘ 7 ଦିନ ବିତିଯିବା ପରେ ମଧ୍ୟ ସେମାନଙ୍କ ପତ୍ତା ମିଳୁନାହିଁ l ଙ୍ଘଟଣାରେ ଦୁଇ ଜଣ ଜେଲ କର୍ମଚାରୀ ନିଲମ୍ବିତ ହୋଇଛନ୍ତି l ପୁର୍ବରୁ ଦାନୀ ଦୋରା ନାମକ କର୍ମଚାରୀ ନିଲମ୍ବିତ ହୋଇଥିବା ବେଳେ ପରେ ସଂଗୀତା ଗିରୀ ନାମକ ମହିଳା କର୍ମଚାରୀ ନିଲମ୍ବିତ ହୋଇଥିବା ଜଣାଯାଇଛି l ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ସିନ୍ଧେକେଲା ଥାନା ଅଞ୍ଚଳରେ ମାନସିକ ପୂରଣ ପାଇଁ ଦୁଇଟି ଶିଶୁ ବଳି ଦେଇଥିବା ଗୁଣିଆ ଶୋଭାବନ ରଣା ଏବଂ ସ୍ଥାନୀୟ ନୂତନ ଡାକ୍ତରଖାନା ପରିସରରେ ଜଣେ ଶିଶୁକୁ କୂଅରେ ପଥର ଛେଚି ମାରିଦେଵା ଅଭିଯୋଗରେ ଗିରଫ ସୁମିତ ବିହାରୀ ଜେଲରୁ ଫେରାର ହୋଇଛନ୍ତି l
ଶନିବାର ରାତ୍ରୀ ପ୍ରାୟ 8ଟାରେ ପାଚେରୀ ଜେଲ ଡେଇଁ ଉଭୟେ ଫେରାର ମାରିଥିବା ସବ ଜେଲର ଚୈତନ୍ୟ ପ୍ରଧାନ ତଥା ଜେଲ ପରିଦର୍ଶନରେ ଆସିଥିବା ଜେଲ ଡିଆଇଜି କୁଳମଣି ବେହେରା ଗଣମାଧ୍ୟମରେ କହିଛନ୍ତି l ଅନ୍ୟପକ୍ଷରେ ଘଟଣା ନେଉ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ଆଲୋଚନା ଜୋର ଧରିବା ସହ ବିଭିନ୍ନ ଫୋଟୋ ଭାଇରଲ ହୋଇଛି l ଜେଲ ଅଧିକ୍ଷକ ଚିତ୍ତରଞ୍ଜନ ସାହୁ ତଥା ଜେଲ କର୍ମଚାରୀଙ୍କ ସହ ଉଭୟ କଏଦୀଙ୍କ ଫୋଟୋ ଭାଇରଲ ହୋଇଛି l ଜେଲ ପାଚେରୀ ବାହାରେ ଥିବା ହନୁମାନ ମନ୍ଦିରରେ ଭୋଜିଭାତ ଚାଲୁଥିଲା l ଉଭୟ କଏଦୀ ଜେଲ କର୍ମଚାରୀଙ୍କ ପରିବାରଙ୍କୁ ଖାଦ୍ୟ ବାଢିଥିଲେ l ଏଥିରୁ ଉଭୟ କଏଦୀ ଜେଲରଙ୍କ କେତେ ଘନିଷ୍ଠ ଥିଲେ ଏଥିରୁ ପ୍ରମାଣିତ ହୋଇଛି l ତେବେ ଘଟଣାରେ ତଳୁଆ କର୍ମଚାରୀଙ୍କୁ ସହ ଫସାଯାଉଥିବା ଆଲୋଚନା ହୋଇଛି l ଉକ୍ତ ଦିନ ଜେଲ ଅଧିକ୍ଷକ ଛୁଟିରେ ଥିବା କୁହାଯାଉଛି l
ତେବେ ଉଭୟ କଏଦୀ ଜେଲ ଅଧିକ୍ଷକଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ l ବିନା ବାଧାରେ ଜେଲ ଭିତରେ ଓ ବାହାରେ ବିଚରଣ କରୁଥିଲେ l ଏପରିକି ଶୋଭାବନ ଜେଲ ପାଚେରୀ ବାହାରେ ଥିବା ଜେଲରଙ୍କ ଘର କାମ କରୁଥିବା ଆଲୋଚନା ହେଉଛି l ସେଭଳି ସୁମିତ ଜେଲରେ ସର୍ଦାର ଭଳି ଥିଲେ l ତାଙ୍କ ଇସାରାରେ ସବୁ କିଛି ଚାଲୁଥିଲା ବୋଲି ଚର୍ଚ୍ଚା ହୋଇଛି l ଡିଆଇଜି ଶ୍ରୀ ବେହେରା ଜେଲ ଅଧିକ୍ଷକ ଇସାରାରେ ସବୁ ବେଆଇନ କାର୍ଯ୍ୟ ଚାଲୁଥିଲା ବୋଲି ଗଣମାଧ୍ୟମରେ ସ୍ୱୀକାର କରିଛନ୍ତି l ଜେଲରେ ଲାଗିଥିବା ସିସିଟିଭି ଫୁଟେଜ ମଧ୍ୟ ଡିଲିଟ କରାଯାଇଥିବା ଡିଆଇଜି କହିଥିଲେ l ଏପରିକ୍ଷେତ୍ରରେ ଜେଲ ଅଧିକ୍ଷକଙ୍କୁ କେମିତି ସାତ ଖୁଣ ମାଫ ବୋଲି ଚର୍ଚ୍ଚା ହୋଇଛି l ଏନେଇ ଜେଲ ଅଧିକ୍ଷକ ଶ୍ରୀ ସାହୁଙ୍କୁ ଆଜି ଗଣମାଧ୍ୟମ ପ୍ରତିନିଧି ଭୋଜିଭାତ ସମ୍ପର୍କରେ ପଚାରିବାରୁ ମତାମତ ଦେବାପାଇଁ ତାଙ୍କ କ୍ଷମତା ନାହିଁ ବୋଲି କହିଛନ୍ତି l
📱 Get Argus News App
✨ଅଧିକ ପଢ଼ନ୍ତୁ ଓଡିଶା ଖବର: