Videos
|
Odisha

ଆଜି ରାଜ୍ୟ ବିଜେପି‍ର 2ଦିନିଆ କାର୍ଯ୍ୟକାରିଣୀ ବୈଠକ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ରାଜ୍ୟ ବିଜେପି‍ର 2ଦିନିଆ କାର୍ଯ୍ୟକାରିଣୀ ବୈଠକ

ଅର୍ଗସ ବ୍ୟୁରୋ:  ଆଜି ପୁରୀରେ ରାଜ୍ୟ ବିଜେପି‍ର 2ଦିନିଆ କାର୍ଯ୍ୟକାରିଣୀ ବୈଠକ । ବୈଠକରେ ସାମିଲ ହେବେ ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ବିଭିନ୍ନ ସାମାଜିକ ପ୍ରସଙ୍ଗକୁ ନେଇ ଆଜି ଓ ଆସନ୍ତାକାଲି ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ହେବ ଆଲୋଚନା। ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସଭାପତିତ୍ବରେ  ପ୍ରଥମେ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହେବ।

ଏହାପରେ ଅନୁଷ୍ଠିତ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ରାଜ୍ୟ କାର୍ଯ୍ୟକାରିଣୀ ବୈଠକକୁ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା ଉଦଘାଟନ କରିବେ।ଉପସ୍ଥିତ ରହିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ବୈଠକରେ ବିଭିନ୍ନ ପ୍ରସଙ୍ଗକୁ ନେଇ ସମୀକ୍ଷା କରିବେ ରାଷ୍ଟ୍ରୀୟ ସଭାପତି ଜେ.ପି.ନଡ୍ଡା । ଦଳର ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: