Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଲାଗି ରହିଛି ବର୍ଷା, ଅସ୍ତବ୍ୟସ୍ତ ହେଲାଣି ଜନଜୀବନ

Swayangprajna Mishra
Browse all articles by Swayangprajna Mishra
·2 years ago·1 min read
ଲାଗି ରହିଛି ବର୍ଷା, ଅସ୍ତବ୍ୟସ୍ତ ହେଲାଣି ଜନଜୀବନ

ଭଦ୍ରକ : ଦୁଇଦିନ ହେଲା ଲାଗି ରହିଛି ବର୍ଷା । ଅସ୍ତବ୍ୟସ୍ତ ହୋଇଗଲାଣି ଜନଜୀବନ । ପ୍ରବଳ ବର୍ଷା ଯୋଗୁଁ ଚାଷୀଙ୍କର ଏକର ଏକର ଫସଲ ନଷ୍ଟ ହୋଇଯାଇଛି ।  ବଙ୍ଗୋପ ସାଗରରେ ଗୁରୁଚାପ ବଳୟ ଲାଗିରଥିବାରୁ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ଦୁଇ ଦିନ ଧରି ଅଦନିଆ ବର୍ଷା ଲାଗି ରହିଛି । ଫଳରେ ସାଧାରଣ ଲୋକଙ୍କ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି  । ଭଦ୍ରକ ଜିଲ୍ଲାରେ ମଧ୍ୟ ଦୁଇ ଦିନ ଧରି ବର୍ଷା ଲାଗି ରହିଛି । ଗତକାଲି ମଧ୍ୟରାତ୍ରିରୁ ବର୍ଷା ସାଙ୍ଗକୁ ପବନ ଓ ଘଡ଼ ଘଡ଼ି ହୋଇଥିଲା ।

ଅଧିକ ପଢନ୍ତୁ : ଯାଜପୁରରେ ଲଗାାଣବର୍ଷା ଜାରି

ଫଳରେ ସକାଳୁ ସକାଳୁ ମଧ୍ୟ ତୁହାକୁ ତୁହା ଝିପି, ଝିପି ବର୍ଷା ଲାଗି ରହିବା ଫଳରେ ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହିଭଳି ବର୍ଷା ଯଦି ଲାଗି ରହେ ତାହା ହେଲେ ଭଦ୍ରକ ସହରରେ ତଳିଆ ଅଞ୍ଚଳରେ ଜଳମଗ୍ନ ହେବା ନେଇ ଆଶଙ୍କା କରାଯାଉଛି । ତେବେ ପୌରପାଳିକାରେ ଜଳମଗ୍ନ ହେଲେ ସମସ୍ତ ପ୍ରକାରର ଜମି ଥିବା ପାଣିକୁ ନିଷ୍କାସନ କରିବାର ମଧ୍ୟ ପ୍ରସ୍ତୁତ ରହିଥିବା ପୌର ପ୍ରଶାସନ ସୂଚନା ଦେଇଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 days of unlimited raining . life is disrupted | Argus News