ବାଇକ ଦୁର୍ଘଟଣାରେ ୨ମୃତ,୨ଗୁରୁତର

ଅର୍ଗସ ବ୍ୟୁରୋ: କୋକସରା ଥାନା ଖପରାମାଲ -ବେହେରା ରାସ୍ତାରେ ବାଇକ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ଜଣ ଗୁରୁତର ହୋଇଛନ୍ତି। ରବିବାର ଦିନ ଅପରାହ୍ଣ ସମୟରେ ଖପରାମାଲ ଦେଇ ଗୋଟାଏ ବାଇକ ଯୋଗେ ୨ଜଣ ଆସୁଥିବା ବେଳେ ବେହେରାପଟୁ ଦୁଇଜଣ ଯାଉଥିଲେ। ଠିକ ଏହି ସମୟରେ ବେହେରା -ଖପରାମାଲ ରାସ୍ତା ମଝିରେ ମୁହାଁମୁହିଁ ଧକ୍କା ହୋଇଥିଲା। ୪ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପର୍ଲା ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ନେଇଥିଲେ।ତେବେ ସେଠାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ। ମୃତ ଦୁଇଜଣ ହେଲେ ମୂଷାପାଲି ଗ୍ରାମର ଜିତେନ୍ଦ୍ର ଦୁର୍ଗା (୨୪)ଓ ଡ଼ହଗାଁର ପବିତ୍ର (୪୦)ବୋଲି ଜଣାପଡିଛି।
ଅନ୍ୟ ଦୁଇଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଅତି ଗୁରୁତର ହେବାରୁ ପର୍ଲା ଡାକ୍ତର ଧର୍ମଗଡ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛନ୍ତି। ଖବର ପାଇବା ପରେ କୋକସରା ପୋଲିସ ପର୍ଲା ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଛେଦ ପାଇଁ କୋକସରା ଡାକ୍ତରଖାନା ପଠାଇଛି।ଏନେଇ କୋକସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଉଥିବା ତଦନ୍ତ ଅଧିକାରୀ ହେମନ୍ତ କୁମାର ପାତ୍ର ପ୍ରକାଶ କରିଛନ୍ତି।
ଅଧିକ ପଢ଼ନ୍ତୁ ସଡ଼କ ଦୁର୍ଘଟଣା