ବିଳମ୍ୱିତ ରାତିରେ ବାଇକ୍ ଦୁର୍ଘଟଣା, ୨ ମୃତ
·2 years ago·1 min read

ଅର୍ଗସ ବ୍ୟୁରୋ: ବିଳମ୍ୱିତ ରାତିରେ ବାଇକ୍ ଦୁର୍ଘଟଣା । ଚାଲିଗଲା ୨ ଜୀବନ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲାରେ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ପିଟିଥିବା ସୂଚନା । ଘଟଣା ସ୍ଥଳରେ ଉଭୟଙ୍କ ମୃତ୍ୟୁ । ମୃତକ ଦ୍ୱୟ ହେଲେ କମୀରା ଗାଁ ର ସମ୍ବିତ ପଧାନ ଓ ବୁଠୀପଦର ଗାଁ ର ସିପକ ନାଗ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଉଭୟେ ଏକ ବାଇକ୍ ଯୋଗେ ବୀରମହାରାଜପୁର ପଟକୁ ଫେରିବା ବେଳେ ଉଫୁଲା ଠାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଇକ୍ ଟି ଭାରସାମ୍ୟ ହରାଇ ପିଟି ହୋଇ ଥିଲା । ଫଳରେ ଉଭୟେ ଛିଟିକି ପଡ଼ିଥିଲେ ।
ଦୁହିଁଙ୍କ ମୁଣ୍ଡରେ ମାଡ଼ ହୋଇଥିବାବେଳେ ପ୍ରବଳ ରକ୍ତସ୍ରାବ ହୋଇଥିଲା । କିଛି ଲୋକ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ୧୧୨ ଦ୍ୱାରା ବୀରମହାରାଜପୁର ଡାକ୍ତରଖାନାକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
