କଣ୍ଟାବାଞ୍ଜିରେ ଡାଇରିଆରେ ୨ମୃତ : ସ୍ଥିତି ପରଖିଲେ ଭାରପ୍ରାପ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ
·2 years ago

ଅର୍ଗସ ବ୍ୟୁରୋ: ପୁଣି ଡାଇରିଆ ନେଲା ୨ ଜୀବନ। ଦୁଇଜଣ ରୋଗୀଙ୍କର କଣ୍ଟାବାଞ୍ଜି ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ମୃତକଙ୍କ ପରିବାର ତାଙ୍କୁ ଝାଡା ବାନ୍ତି ହୋଇଥିବାରୁ ଭର୍ତ୍ତି କବା ପ୍ରକାଶ କରିଛନ୍ତି । ଏକାଧିକ ରୋଗୀ ଝାଡା ବାନ୍ତି ନେଇ ବର୍ତ୍ତମାନ ମଧ୍ୟ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ।
କଣ୍ଟାବାଞ୍ଜି ଅଞ୍ଚଳର ବିଭିନ୍ନ ସ୍ଥାନରେ ଡାଇରିଆ ରୋଗ ବ୍ୟାପୁଥିବା ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଧିକାରୀ କୁବେର ଚନ୍ଦ୍ର ମହାନ୍ତ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ରୋଗୀମାନଙ୍କ ସହ ଆଲୋଚନା କରିବା ସହ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ଦୁଇ ମୃତକଙ୍କ ବିଷୟରେ ପଚାରିବାରୁ ଝାଡାବାନ୍ତିରେ ମୃତ୍ୟୁ ହୋଇଛି ହେଲେ ଡାଇରିଆ ହୋଇଛି ନାଁ କଣ ଆମେ ତଦନ୍ତ କରୁଛୁ । ଅନ୍ୟ ଡାକ୍ତରଖାନାରେ ମଧ୍ୟ ମୁଁ ନିଜେ ପଚାରି ବୁଝୁଛି ବୋଲି ସୂଚନା ଦେଇଥିଲେ ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: