Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ହାତୀ ଆକ୍ରମଣରେ ୨ ମୃତ୍ୟୁ, ୩ ଗୁରୁତର

Banajyotshna Ray
Browse all articles by Banajyotshna Ray
·1 year ago
ହାତୀ ଆକ୍ରମଣରେ ୨ ମୃତ୍ୟୁ, ୩ ଗୁରୁତର

ଅର୍ଗସ ବ୍ୟୁରୋ:  ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଓ ଶୁଳିଆପଦା ଅଞ୍ଚଳରେ ହାତୀ ଉତ୍ପାତ । ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ହାତୀ ଆକ୍ରମଣରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 3 ଗୁରୁତର ହୋଇଛନ୍ତି। ଘୋଳମୁହାଁ ପଞ୍ଚାୟତ ଉଲିଡିହି ଗାଁର ଜଣେ ମହିଳାଙ୍କୁ ଦଳି ଦେଲେ ଦନ୍ତାହାତୀ । ମୃତ ମହିଳା ସାକ୍ରା ହେମ୍ବ୍ରମ୍ । ସେହିପରି ଶୁଳିଆପଦା ଥାନା ଅଞ୍ଚଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଆଣୁଆ ଗାଁର ହାତୀ ଆକ୍ରମଣରେ ଜଣ ଗୁରୁତର ହୋଇଛନ୍ତି । ଗତକାଲି ସଂଧ୍ୟାରେ ପଶ୍ଚିମବଙ୍ଗ ପଟୁ ଦନ୍ତାହାତୀ  ମୟୂରଭଞ୍ଜ ସୀମାକୁ ପ୍ରବେଶ କରି ଦେଉଳି, ରାସଗୋବିନ୍ଦପୁର ଓ ବେତନଟୀ ରେଞ୍ଜ ଅଞ୍ଚଳରେ ଆତଙ୍କ ଖେଳାଇଥିଲା ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 dead in elephant attack | Argus News