Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ 

Manini Pattanayak
Browse all articles by Manini Pattanayak
·2 years ago·1 min read
ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ 

ସମ୍ବଲପୁର:  ହୀରାକୁଦରେ ଅଣାୟତ୍ତ ଝାଡ଼ାବାନ୍ତି । ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଆକ୍ରାନ୍ତ । ମୃତକ ହୀରାକୁଦ ଭେଜରା ପାଲିର ଯୁଧିଷ୍ଟିର ଧରୁଆ । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ପାଇଥିବାବେଳେ 153 ଜଣ ଆକ୍ରାନ୍ତ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି । ସେପଟେ ମେଡିକାଲରେ ସ୍ଥିତି ଅନୁଧ୍ୟାନ କରୁଛି ଦୁଇ ଜଣିଆ ଡାକ୍ତରୀ ଟିମ୍ ।.. ଗତକାଲି ଭୀମସାରର ଏକ ଟିମ୍ ହସ୍ପିଟାଲ୍ ଓ ଗ୍ରାଉଣ୍ଡରେ ସ୍ଥିତି ପରଖିଥିଲେ। ଦୂଷିତ ପାଣି ପିଇ ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି ।

ହୀରାକୁଦର କାଲୁପଡା, ଗଉଡପଡା, ତାରାସିଂଘ, ଗୁରୁଦ୍ବାରା ପଡା ଓ ନ୍ୟୁ ମାର୍କେଟ ପରି ୭ଟି ପଡାରେ ଝାଡ଼ାବାନ୍ତି ଆତଙ୍କ ସୃଷ୍ଟି କରିଛି ।..... ରାଜ୍ୟ ସରକାର ଏବେ ସହର ଗୁଡିକରେ ଡିଙ୍କ ଫ୍ରମ ଟ୍ୟାପ ଯୋଜନାରେ ଲୋକଙ୍କୁ ଶୁଦ୍ଧ ପିଇବା ପାଣି ଦେଉଥିବା ପ୍ରଚାର କରୁଛନ୍ତି । ହେଲେ ହୀରାକୁଦରେ ଡାଇରିଆ ସରକାରଙ୍କ ଏ ପ୍ରଚାରର ପୋଲ ଖୋଲିଛି । ଲୋକଙ୍କୁ ମରଣ ମୁହଁକୁ ଠେଲୁଛନ୍ତି କି ରାଜ୍ୟ ସରକାର ? । ଦାୟିତ୍ବହୀନ ଅଧିକାରୀ ଲୋକଙ୍କ ଜୀବନ ସହ ଖେଳୁଛନ୍ତି କି ? ସଂକ୍ରମିତ ଜଳ ଝାଡାବାନ୍ତିର କାରଣ ହୋଇପାରେ ବୋଲି କହିଛନ୍ତି ସିଡିଏମଓ  । 

ଅଧିକ ପଢନ୍ତୁ ଓଡିଶା ଖବର  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
2 death in cholera in sambalpur hirakud | Argus News